Odisha Link
Bridging the Missing Links in Odisha

ପଞ୍ଜାବରେ ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବ କଂଗ୍ରେସ: ହରିଶ ରାଓ୍ବତ

ଚଣ୍ଡିଗଡ଼: ଆଜି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚରଣଜିତ୍ ସିଂହ ଚନ୍ନି। ଦିନ ୧୧ଟା ବେଳେ ସେ ଏକ ନିରାଡ଼ମ୍ବର ଉତ୍ସବରେ ସେ ଶପଥ ଗ୍ରହଣ କରିବେ। ତେବେ ତା’ପୂର୍ବରୁ ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଜଣାପଡ଼ିଛି। ଏହି ଦୁଇ ଜଣ ହେଉଛନ୍ତି- ସୁଖଜିନ୍ଦର ସିଂହ ରାନ୍ଧୱା ଓ ବ୍ରହ୍ମ ମୋହିନ୍ଦ୍ରା। ଉଭୟ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ନେତୃତ୍ୱାଧୀନ ସକରାରରେ ମନ୍ତ୍ରୀ ଥିଲେ।

୬୨ ବର୍ଷୀୟ ସୁଖଜିନ୍ଦରଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦବୀ ଦୌଡ଼ରେ ମଧ୍ୟ ରହିଥିଲା। ଡେରା ବାବା ନାନକ ବିଧାନସଭା ଆସନରୁ ଜିତିଥିବା ସୁଖଜିନ୍ଦର ପୂର୍ବରୁ ପଞ୍ଜାବ କଂଗ୍ରେସର ଉପ-ସଭାପତି ରହିସାରିଛନ୍ତି।ଅନ୍ୟପକ୍ଷରେ ବ୍ରହ୍ମ ମୋହିନ୍ଦ୍ରା ଜଣେ ହିନ୍ଦୁ ନେତା ଓ ସେ ପଟିଆଲା ରୁରାଲ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍ ଅମରିନ୍ଦର ସିଂହଙ୍କ ଘନିଷ୍ଠ ବୋଲି କୁହାଯାଏ। ତେଣୁ ଅମରିନ୍ଦର ସିଂହଙ୍କୁ ଶାନ୍ତ କରିବାକୁ ବ୍ରହ୍ମଙ୍କୁ କଂଗ୍ରେସ ହାଇକମାଣ୍ଡ ଉପ-ମୁଖ୍ୟମନ୍ତ୍ରୀ କରିବାକୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଗତକାଲି ଚରଣଜିତ୍ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦଳ ନିଷ୍ପତ୍ତି ନେଇଥିଲା। ଚରଣଜିତ୍ ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ। ସେ ଚମକୌର ସାହିବ ବିଧାନସଭା ଆସନରୁ ୩ ଥର ନିର୍ବାଚିତ ହୋଇଛନ୍ତି। ସେ ପୂର୍ବ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ।

Leave A Reply

Your email address will not be published.