Odisha Link
Bridging the Missing Links in Odisha

ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିମାଡ: ୮ ମୃତ, ୧୪ ଆହତ

ଋଷ: ଋଷର ଏକ ବିଶ୍ୱବିଦ୍ୟାଳୟରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ।ଗୁଳି ବିନିମୟରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ମଧ୍ୟ ଆହତ ହୋଇଛନ୍ତି। ଋଷର ପର୍ମ ସ୍ଥିତ ପରମ ଷ୍ଟେଟ ୟୁନିଭରସିଟିରେ ଜଣେ ବ୍ୟକ୍ତି ଗୁଳିମାଡ କରିଛନ୍ତି। ତେବେ ଏଥିରୁ ରକ୍ଷା ପାଇବା ପାଇଁ ଛାତ୍ର ଓ ଶିକ୍ଷକମାନେ କୋଠରୀରେ ନିଜକୁ ତାଲା ପକାଇ ଦେଇଥିଲେ।

ଏହାସହ କିଛି ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ। ଗୋଟିଏ ଆଶ୍ୱସ୍ତିକର କଥା ହେଉଛି ଆକ୍ରମଣକାରୀ ମଧ୍ୟ ନିହତ ହୋଇଛି। ମୃତ ଆକ୍ରମଣକାରୀଙ୍କ ଉକ୍ତ ବିଶ୍ବବିଦ୍ୟାଳୟର ଛାତ୍ର ବୋଲି ‘ରୁଷ୍‌ର ‘ଇ‌ନ୍‌ଭେଷ୍ଟିଗେଟିଭ୍‌ କମିଟି’ କହିଛି।। ଋଷର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏହା ପୂର୍ବରୁ କହିଛି ଯେ ବନ୍ଧୁକଧାରୀଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କ ମୃତ୍ୟୁ ଖବର ଆସିଥିଲା।

ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଗୁଳି ବିନିମୟରେ କିଛି ଲୋକ ଆହତ ହୋଇଛନ୍ତି। ଏହାସହ ବିଲଡିଂରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମଧ୍ୟ ଆଉ କିଛି ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.