Odisha Link
Bridging the Missing Links in Odisha

ଟିକସ ଫାଙ୍କିବା ଅଭିଯୋଗ ଉପରେ ସୋନୁ ସୁଦ କହିଲେ…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଉପରେ ଆୟକର ବିଭାଗ ୨୦ କୋଟିର ଟ୍ୟାକ୍ସ ଚୋରି କରିଥିବା ଅଭିଯୋଗ ଲଗାଇଛି। ଏଭଳି ଅଭିଯୋଗ ପରେ ସୋନୁ ସୁଦ ଆଜି ତାଙ୍କର ପ୍ରଥମ ପୋଷ୍ଟ କରିଛନ୍ତି। ସୋନୁ କହିଛନ୍ତି, “ଆପଣଙ୍କୁ ସବୁବେଳେ ଆପଣଙ୍କ ଅଂଶର ସତ୍ୟ କହିବା ଆବଶ୍ୟକ ପଡେନାହିଁ। ସମୟ ସବୁକିଛି କହିଥାଏ।”

ସୋନୁ ଆହୁରି ଲେଖିଛନ୍ତି, “ମୁଁ ପୁରା ସଚ୍ଚୋଟତା ସହ ଦେଶର ଲୋକଙ୍କୁ ସାହାଯ୍ୟ କରୁଛି। ମୋର ଫାଉଣ୍ଡେସନ୍ ସର୍ବଦା ଲୋକଙ୍କ ଜୀବନ ବଞ୍ଚାଇବାକୁ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଥାଏ। ମୁଁ ଗତ ଚାରି ଦିନ ଧରି ଟିକେ ବ୍ୟସ୍ତ ଥିଲି ତେଣୁ ଆପଣଙ୍କୁ ସାହାଯ୍ୟ କରି ପାରିନାହିଁ। ବର୍ତ୍ତମାନ ମୁଁ ଆପଣଙ୍କୁ ସାହାଯ୍ୟ କରିବାକୁ ଆସିଯାଇଛି।”

https://www.instagram.com/sonu_sood/?utm_source=ig_embed&ig_rid=a9745365-3216-4a15-8681-ac88e08ab429

ଆୟକର ବିଭାଗର ସୂଚନାନୁସାରେ, ସୋନୁ ସୁଦ ଫିଲ୍ମ ଇଣ୍ଡଷ୍ଟ୍ରିରୁ ପାଇଥିବା ଟଙ୍କା ମଧ୍ୟରୁ ଅନେକ ସେ ନିଜର ଆୟ ନ ଦେଖାଇ ନକଲି କମ୍ପାନୀ ମାଧ୍ୟମରେ ଅସୁରକ୍ଷିତ ଋଣ ଦେଖାଇଛନ୍ତି। ବିଭାଗ ଦାବି କରିଛି ଯେ ଏପର୍ଯ୍ୟନ୍ତ ଅନୁସନ୍ଧାନ ବେଳେ ଏଭଳି ୨୦ ଟି କମ୍ପାନୀ ମିଳିଛି, ଯେଉଁଥିରୁ ସୋନୁ ଅସୁରକ୍ଷିତ ଋଣ ଦେଖାଇଥିବାବେଳେ ଏହି ଟଙ୍କା ତାଙ୍କ ରୋଜଗାରରୁ ଆସିଥିଲା।

Leave A Reply

Your email address will not be published.