Odisha Link
Bridging the Missing Links in Odisha

ରାଜ୍ୟରେ ବ୍ଲାକ୍ ଫଙ୍ଗସ୍‌ରେ ୨୯ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନାର ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଏହାର ପ୍ରକୋପ ସମ୍ପୂର୍ଣ୍ଣ ଥମିନି। ଏହାରି ମଧ୍ୟରେ ରାଜ୍ୟରେ ବ୍ଲାକ୍ ଫଙ୍ଗସରେ ୨୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୧୨ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ୧୦୯ ଜଣ ରୋଗୀ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏହା ସହ ବ୍ଲାକ ଫଙ୍ଗସରୁ ୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.