Odisha Link
Bridging the Missing Links in Odisha

ଗିରଫ ଭୟରେ ନଦୀକୁ ଡେଇଁ ଚାଲିଗଲା ଜୀବନ

ବାଲେଶ୍ୱର: ଗିରଫ ଭୟରେ ନଦୀକୁ ଡେଇଁ ପଡ଼ିଲେ ମଦ ବେପାରୀ। ହେଲେ ପାଣିରେ ଚାଲିଗଲା ଜୀବନ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଶ୍ରୀଜଙ୍ଗ ଗାଁରେ। ଗତକାଲି ସନ୍ଧ୍ୟାରେ ୪ ଜଣ ଦେଶୀ ମଦ ବ୍ୟବସାୟୀ ମଟୋର ସାଇକେଲରେ ମଦ ନେଇ ଯାଉଥିବା ନେଇ ଅବକାରୀ ବିଭାଗ ଖବର ପାଇ ପିଛା କରିଥିଲା।

ଏହି ଘଟଣାରେ ତିନିଜଣଙ୍କୁ ଧରିଥିବାରେ ସକ୍ଷମ ହୋଇଥିଲା। ଅନ୍ୟ ଜଣକ ଅର୍ଥାତ୍‌ ସପନ ମାଝୀ ଗାଡି ଥୋଇ ନିକଟରେ ଥିବା କଣ୍ଟିଆଚିରା ନଦୀକୁ ଡେଇପଡିଥିଲେ। ରାତି ହୋଇଯାଇଥିବାରୁ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ବହୁ ଖୋଜାଖୋଜି କରିଥିଲେ ବି ପତ୍ତା ମିଳିପାରିନଥିଲା। ଆଜି ସକାଳେ ପୁଣି ଥରେ ଖୋଜାଖୋଜି ଆରମ୍ଭ ହେବା ପରେ ତାଙ୍କ ମୃତଦେହ ମିଳିଛି। ଘଟଣା ସମ୍ପର୍କରେ ଅବକାରୀ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

Leave A Reply

Your email address will not be published.