Odisha Link
Bridging the Missing Links in Odisha

ଆଖଡା ପରିଷଦ ମୁଖ୍ୟଙ୍କ ମୃତ୍ୟୁ ମାମଲାରେ ୩ ଜଣ ଗିରଫ

ପ୍ରୟାଗରାଜ: ପ୍ରୟାଗରାଜର ଆଖଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ୍ୟୁ ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଶିଷ୍ୟ ଆନନ୍ଦ ଗିରିଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ନିଜ ମଠରେ ହିଁ ନରେନ୍ଦ୍ର ଗିରିଙ୍କ ଝଲନ୍ତା ମୃତଦେହ ମିଳିଥିଲା। ତଦନ୍ତ ବେଳେ ପୁଲିସ ଘଟଣାସ୍ଥଳରୁ ସୁସାଇଡ ନୋଟ ଜବତ କରିଛି। ୭ ପୃଷ୍ଠାର ଏହି ସୁସାଇଡ ନୋଟରେ ମହନ୍ତ ତାଙ୍କ ବିବାଦୀୟ ଶିଷ୍ୟ ଆନନ୍ଦ ଗିରିଙ୍କ ନାଁ ନେଇଛନ୍ତି।

ଆନନ୍ଦ ଗିରି, ମହନ୍ତ ନରେନ୍ଦ୍ର ଗିରିଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ମହନ୍ତ ମଧ୍ୟ ନିଜ ଶିଷ୍ୟଙ୍କ ନାଁରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ପ୍ରୟାଗରାଜର ନିଜ ମଠର ଯେଉଁ ଘରେ ନରେନ୍ଦ୍ର ଗିରିଙ୍କ ମୃତଦେହ ମିଳିଛି, ସେହି ଘର ଚାରିଆଡୁ ବନ୍ଦ ଥିଲା। ମୁଖ୍ୟ ଦ୍ୱାର ବି ବନ୍ଦ ରହିଥିଲା। ପ୍ରାଥମିକ ତଦନ୍ତ ପରେ ପୁଲିସ ଏହାକୁ ଏକ ଆତ୍ମହତ୍ୟା ବୋଲି କହିଛି।

ସେପଟେ ଆନନ୍ଦ ଗିରି କହିଛନ୍ତି, ସେ ସବୁପ୍ରକାରର ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଆନନ୍ଦ ଗିରିଙ୍କୁ ପଚରାଉଚରା ପାଇଁ ହରିଦ୍ୱାର ଯାଇଛି ଉତ୍ତରପ୍ରଦେଶ ପୁଲିସ। ସେପଟେ ଆଜି ନରେନ୍ଦ୍ର ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରୟାଗରାଜ ଯିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

Leave A Reply

Your email address will not be published.