Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ନେସ୍କୋ SDO

କେନ୍ଦୁଝର: ଭିଜିଲାନ୍ସ ଜାଲରେ ନେସ୍କୋ SDO। କେନ୍ଦୁଝର ଜିଲ୍ଲା ବିଦ୍ୟୁତ ବିଭାଗର SDO ମହେଶ୍ବର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ ଜାରି କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ବିଦ୍ୟୁତ ବିଭାଗର SDO ମହେଶ୍ବର ସେଠୀଙ୍କ ଘରେ ଚଢାଉ ହୋଇଛି। ଏ

ସୂଚନା ମୁତାବକ, ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। ତେବେ ଚଢାଉ ହେଉଥିବା ସ୍ଥାନ ଗୁଡିକ କେନ୍ଦୁଝର ସ୍ଥିତ ଅଫିସ, ସ୍ପଞ୍ଜ କଲୋନୀ ସ୍ଥିତ ବାସଭବନ, ରିମୁଳି ସ୍ଥିତ ଶ୍ବଶୁର ଘର, ଘଟଗାଁରେ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୨ଟି ସ୍ଥାନରେ ବିଲ୍ଡିଂ ଏବଂ ୩ଟି ସ୍ଥାନରେ ପ୍ଲଟ ଠାବ ହୋଇଥିବା ସୂଚନା ମିଳିଛି। ହେଲେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହାର ସୂଚନା ମିଳିନାହିଁ।

Leave A Reply

Your email address will not be published.