Odisha Link
Bridging the Missing Links in Odisha

ଏସ୍‌ସିବିରେ ଆଉ ଜଣେ ଇକ୍‌ମୋ ଚିକିତ୍ସାଧୀନଙ୍କ ମୃତ୍ୟୁ

କଟକ: କଟକ ଏସସିବି ମେଡିକାଲରେ ପୁଣି ଇକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଫଳରେ ଏହି ୟୁନିଟରେ ଭର୍ତ୍ତି ହୋଇଥିବା ସମସ୍ତ ୪ ରୋଗୀ ଆଖି ବୁଜିଛନ୍ତି। ଗତକାଲି ଚତୁର୍ଥ ରୋଗୀ ଭାବେ ଚିକିତ୍ସାଧୀନ ଥିବା ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ପରେ ଏବେ ଇକମୋ ୟୁନିଟ ଖାଲି ହୋଇଯାଇଛି।

ମୃତ ମହିଳା ଜଣଙ୍କ କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର। ସେ ଗତ ଅଗଷ୍ଟ ମାସ ୨୯ ତାରିଖରେ ପ୍ରଥମ ରୋଗୀ ଭାବେ କଟକ ବଡ଼ ଡାକ୍ତରଖାନାରେ ଖୋଲିଥିବା ଇକମୋ ୟୁନିଟରେ ଭର୍ତ୍ତି ହୋଇଥିଲେ। ତାଙ୍କ ପରେ ପରେ ବଲାଙ୍ଗିର ଜଣେ ମହିଳା, କେନ୍ଦ୍ରାପଡ଼ାର ଜଣେ ବ୍ୟକ୍ତି ଓ ଭୁବନେଶ୍ୱରର ଜଣେ ବ୍ୟକ୍ତି ଇକ୍‌ମୋ ୟୁନିଟ୍‌ରେ ଭର୍ତ୍ତି ହୋଇଥିଲେ। ପୂର୍ବରୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଶେଷ ରୋଗୀଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି।

Leave A Reply

Your email address will not be published.