Odisha Link
Bridging the Missing Links in Odisha

ବସ୍ ଓଲଟି ୧୨ ଆହତ

ଭଞ୍ଜନଗର: ଭାରସାମ୍ୟ ହରାଇ ଓଲଟିଲା ଘରୋଇ ବସ୍। ଦୁର୍ଘଟଣା ଫଳରେ ୧୨ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲାଠିପଡାଠାରେ ଭାରସାମ୍ୟ ହରାଇ ଓଲଟିଛି ବସ୍।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲାଠିପଡାଠାରେ ‘ନୀଳକଣ୍ଠ’ ନାମକ ବସଟି ଭାରସାମ୍ୟ ହରାଇ ଓଲଟିପଡିଛି। ବସ୍ ଓଲଟିବା ଯୋଗୁଁ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ପଠାଯାଇଛି। ବସଟି ଗୌଡଗୋଠରୁ କୃଷକମାନଙ୍କୁ ନେଇ ଭଞ୍ଜନଗର ଆସୁଥିବା ବେଳେ ଦୁର୍ଘଟଣା ଘଟିଛି।

Leave A Reply

Your email address will not be published.