Odisha Link
Bridging the Missing Links in Odisha

ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର, ୧ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଏନ୍‌କାଉଣ୍ଟର। ଗୁରୁବାର ଦକ୍ଷିଣ କଶ୍ମୀର ଅଞ୍ଚଳର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ଚିତ୍ରଗାମ୍‌ ଗାଆଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର। ଗୁଳିବିନିମୟ ଚାଲିଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି।

କଶ୍ମୀର ଜୋନ୍‌ ପୁଲିସ ଟୁଇଟ୍‌ କରିଛନ୍ତି ଯେ, ଶୋପିଆଁର କଶୱା ଜିଲ୍ଲାରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଛି। ପୁଲିସ ଓ ନିରାପତ୍ତା ବଳ ଅଭିଯାନ ଚଳାଇଛନ୍ତି। ଜଣେ ଶୀର୍ଷସ୍ତରୀୟ ନିରାପତ୍ତା ଅଧିକାରୀ କହିଛନ୍ତି ଯେ, ପ୍ରାରମ୍ଭିକ ଗୁଳିବିନିମୟ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି।

ଉପରୋକ୍ତ ଗାଁରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ସୂଚନା ପାଇବା ପରେ ଜମ୍ମୁ ଓ କଶ୍ମୀର ପୁଲିସ, ସେନା ଓ ‘ସିଆର୍‌ପିଏଫ୍‌’ ମିଳିତ ଭାବେ ‘କର୍ଡନ୍‌ ଆଣ୍ଡ୍‌ ସର୍ଚ’ ଅଭିଯାନ ଆରମ୍ଭ କରିଥିଲା ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମିଳିତ ତଲାସକାରୀ ଦଳ ସନ୍ଦିଗ୍ଧ ସ୍ଥାନକୁ ବେଢ଼ିଯିବା ପରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ତଲାସକାରୀ ଦଳ ପାଲଟା ଗୁଳି ଚାଳନା କରିବାରୁ ‘ଏନ୍‌କାଉଣ୍ଟର୍‌’ର ଆରମ୍ଭ ହୋଇଥିଲା।

Leave A Reply

Your email address will not be published.