Odisha Link
Bridging the Missing Links in Odisha

ଆଇପିଏଲ୍‌ ବେଟିଂ ରାକେଟ ଠାବ, ୨ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ଆଇପିଏଲ୍‌ ବେଟିଂ ରାକେଟ ଠାବ। ନଗଦ ୬ଲକ୍ଷ ୮୦ ହଜାର ନଗଦ ଟଙ୍କା ଜବତ ହେବା ସହ ୨ଜଣଙ୍କୁ ଗିରଫ କରାଯାଇଛି। ଘଟଣାରେ ଦେଶ ବାହାରକୁ ଲିଙ୍କ ଥିବା ସୂଚନା ମିଳିଛି। ଦୁବାଇରୁ ଭାୟା କୋଲକାତା ଦେଇ ଏଠାରେ ଚାଲିଥିଲା ବେଟିଂ।

ଝାରସୁଗୁଡ଼ା ସହରରେ ଆଇପିଏଲ ବେଟିଂ ଚାଲିଥିବା ପୋଲିସକୁ ସୂଚନା ମିଳିଥିଲା। ମିଳିଥିବା ତଥ୍ୟ ଆଧାରରେ ଝାରସୁଗୁଡା ସହରର ଗୋଶାଳା ଛକ ନିକଟରେ ଏକ କୋଠରୀ ରେ ଚଢ଼ାଉ କରି ଥିଲା ଟାଉନ ପୋଲିସ।

ଏହି ଚଢାଉରେ ଏକ ଆଇପିଏଲ୍‌ ବେଟିଂ ରାକେଟ ଠାବ ହୋଇଛି। ଘଟଣାସ୍ଥଳରୁ ନଗଦ ୬ଲକ୍ଷ ୮୦ ହଜାର ନଗଦ ଟଙ୍କା ସହ ୨ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ହରିଷ ସାହୁ ଓ ଅକିଲ ଆଜିଜ ମୋତିବାଲା। ଏହି ମାମଲାରେ ଜଡିତ ଅନ୍ୟ ଦୁଇ ଜଣ ସମ୍ବଲପୁର ଓ କୋଲକାତାରେ ଥିବା ଜଣାପଡିଛି।

Leave A Reply

Your email address will not be published.