Odisha Link
Bridging the Missing Links in Odisha

ରୁଷରେ ବିମାନ ନିଖୋଜ, ୬ ଯାତ୍ରୀଙ୍କ ମିଳୁନି ପତ୍ତା

ମସ୍କୋ: ରୁଷର ଖାବରୋଭସ୍କରେ ବିମାନ ନିଖୋଜ। ୬ ଜଣ ଯାତ୍ରୀ ଥିବା ଏହି ବିମାନ ରାଡାରରୁ ଗାଏବ ହେଇ ଯାଇଛି। ୬ଜଣ ଯାତ୍ରୀଙ୍କୁ ନେଇ ଆଣ୍ଟୋନୋଭ-୨୬ ନାମକ ଏହି ବିମାନ ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ହଠାତ୍ ରାଡାର ପରଦାରୁ ଉଭେଇ ଯାଇଥିଲା। ବିମାନର ସନ୍ଧାନ ଲାଗି ଏକ ଏମଆଇ- ୮ ହେଲିକପ୍ଟର ମୁତୟନ କରାଯାଇଛି।

ସୂଚନା ମୁତାବକ, ଖାବରୋଭସ୍କର ଦକ୍ଷିଣ ପଶ୍ଚିମରେ ଏହି ବିମାନ ନିଖୋଜ ହୋଇଯାଥିଲା। ରୁଷର ଫେଡରାଲ ଏୟାର ଟ୍ରାନ୍ସପୋର୍ଟ ଏଜେନ୍ସିର ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି କି ନାହିଁ ତାହାର କୌଣସି ରିପୋର୍ଟ ପ୍ରକାଶ ପାଇନାହିଁ।

Leave A Reply

Your email address will not be published.