Odisha Link
Bridging the Missing Links in Odisha

ଟ୍ରିପଲ୍‌ ମର୍ଡର ମାମଲାରେ ସ୍ୱାମୀର ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଝାରସୁଗୁଡ଼ା ବ୍ରଜରାଜନଗର ଟ୍ରିପଲ୍‌ ମର୍ଡର ଘଟଣାରେ ନୂଆ ଟ୍ୱିଷ୍ଟ। ଆଜି ଏକ କୂଅରୁ ମିଳିଲା ନିଖୋଜ ସ୍ୱାମୀଙ୍କ ମୃତଦେହ। ତେବେ ମୃତକଙ୍କ ନାମ ନାରାୟଣ ପୋଦାର ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି।

ବୁଧବାର ଦିନ ସକାଳ ସମୟରେ ବ୍ରଜରାଜନଗରର ଏକ ଘର ଭିତରୁ ମା ଓ ୨ ଶିଶୁଙ୍କ ମୃତଦେହ ଠାବ ହୋଇଥିଲା। ଏହାପର ଠାରୁ ମହିଳାଙ୍କ ସ୍ୱାମୀ ନିଖୋଜ ଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ କରିଥିଲେ ବି ନିଖୋଜ ବ୍ୟକ୍ତିଙ୍କ ବିଷୟରେ କୌଣସି ପତ୍ତା ମିଳିନଥିଲା। ଶେଷରେ ଆଜି ଏକ କୂଅରୁ ନାରାୟଣଙ୍କ ମୃତଦେହ ଠାବ ହୋଇଛି।ତେବେ ଏହି ହତ୍ୟା ନା ଆତ୍ମହତ୍ୟା ସେନେଇ ଛାନ୍‌ଭିନ୍ ଜାରି ରଖିଛି ପୁଲିସ।

Leave A Reply

Your email address will not be published.