Odisha Link
Bridging the Missing Links in Odisha

ବୋଟ୍ ଦୁର୍ଘଟଣାରେ ଜଣେ ଓଡ୍ରାଫ୍ କର୍ମଚାରୀ ନିଖୋଜ

କଟକ: ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟି ବଡ ଅଘଟଣ। ମହାନଦୀ ବୋଟ୍ ଦୁର୍ଘଟଣାରେ ଜଣେ ଓଡ୍ରାଫ୍ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। ହାତୀକୁ ଘଉଡ଼ାଇବାକୁ ଯାଇଥିବା ବେଳେ ବୋଟ୍ଟି ଓଲଟି ପଡ଼ିଥିଲା। ଫଳରେ ଓଡ୍ରାଫ୍ କର୍ମଚାରୀନ ମାନେ ପାଣିରେ ବୁଡ଼ି ଯାଇଥିଲେ। ତେବେ ସମସ୍ତଙ୍କ ଉଦ୍ଧାର କରାଯାଇଥିଲା ବେଳେ ଜଣେ ଓଡ୍ରାଫ୍ କର୍ମଚାରୀ ନିଖୋଜ ଅଛନ୍ତି।

ଏଥିସହ ବୋଟ୍ ଓଲଟି ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ। କଟକ ବଡ଼ ମେଡିକାଲରେ ଡାକ୍ତର ତାଙ୍କୁ ରିସିଭ୍ ଡେଡ୍ ଘୋଷଣା କରିଛନ୍ତି। ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ଓ କ୍ୟାମେରାମ୍ୟାନ ଭାସି ଯାଇଥିଲେ। ଏଥି ସହ କ୍ୟାମେରାମ୍ୟାନ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.