Odisha Link
Bridging the Missing Links in Odisha

ହାତୀ ଉଦ୍ଧାର ବେଳେ ଅଘଟଣ: କ୍ୟାମେରାମ୍ୟାନ ଆଇସିୟୁରେ ଭର୍ତ୍ତି

ଭୁବନେଶ୍ବର: ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟିବା ଘଟଣା। ବୋଟ୍ ଓଲଟି ଭାସି ଯାଇଥିବା ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ। ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ଓ କ୍ୟାମେରାମ୍ୟାନ ଭାସି ଯାଇଥିଲେ।

ଏଥି ସହ କ୍ୟାମେରାମ୍ୟାନ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ମଙ୍ଗୁଳି ବ୍ୟାରେଜରେ ଫଶିଥିବା ହାତୀକୁ ଉଦ୍ଧାର କରିବାକୁ ବ୍ୟାରେଜ ଭିତରକୁ ଯାଇଥିଲା ଓଡ୍ରାଫର ୫ଜଣିଆ ଟିମର ପମ୍ପ ବୋଟ। ଏଥିରେ ଯାଇଥିଲେ ଓଟିଭିର ବରିଷ୍ଠ ସାମ୍ବାଦିକ ଅରିନ୍ଦମ୍ ଦାସ ଓ କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା।

ହାତୀକୁ ପଛଆଡୁ ଘଉଡାଇବାକୁ ଚେଷ୍ଟା କରିବାକୁ ଯାଉଥିବା ବେଳେ ବ୍ୟାରେଜର ପ୍ରଖର ସ୍ରୋତରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଓଡ୍ରାଫ ବୋଟ୍। ଫଳରେ ଉଦ୍ଧାରକାରୀ ଦଳ ସହ ଯାଇଥିବା କ୍ୟାମେରା ପର୍ସନଙ୍କ ସହ ରିପୋର୍ଟର ଅରିନ୍ଦମ ଦାସ ମଧ୍ୟ ପାଣି ସୁଅରେ ପଡିଯାଇଥିଲେ। ପ୍ରଥମେ କ୍ୟାମରୋପର୍ସନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅରନ୍ଦମଙ୍କୁ ଉଦ୍ଧାର କରିବାରେ ସାମାନ୍ୟ ବିଳମ୍ବ ହୋଇଥିଲା।

ପାଣିର ସ୍ରୋତ ପ୍ରଖର ଥିବାବେଳେ ଏଥିରେ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇପଡିଥିଲେ ଅରିନ୍ଦମ୍। ତାଙ୍କୁ ତୁରନ୍ତ ଏସସିବି ନିଆଯାଇଥିଲେ ବି ତାଙ୍କର ଅକାଳ ବିୟୋଗ ହୋଇଛି।

Leave A Reply

Your email address will not be published.