Odisha Link
Bridging the Missing Links in Odisha

ରେକର୍ଡ କଲା ସେନସେକ୍ସ

ନୂଆଦିଲ୍ଲୀ: ଆଜି ଶୁକ୍ରବାରରେ ସେୟାର ବଜାର ରେକର୍ଡ ସ୍ତରରେ ପହଞ୍ଚି ବନ୍ଦ ହୋଇଛି। ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସେନସେକ୍ସ। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ପ୍ରମୁଖ ଇଣ୍ଡେକ୍ସ ସେନସେକ୍ସ ୧୬୩.୧୧ ଅଙ୍କ (୦.୨୭%) କୁ ବୃଦ୍ଧି ହୋଇ ୬୦,୦୪୮.୪୭ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି।

ସେହପିରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୦.୨୫ ଅଙ୍କ (୦.୧୭%) ସହିତ ୧୭,୮୫୩ ପଏଣ୍ଟ ସ୍ତରରେ ଆସି ବନ୍ଦ ହୋଇଛି। ଏହି ସେନସେକ୍ସ-ନିଫ୍ଟି ବନ୍ଦ ହେବାର ସବୁଠାରୁ ଉଚ୍ଚତମ ସ୍ତର। ଗତ ସପ୍ତାହରେ ସେନସେକ୍ସ ୭୧୦ ଅଙ୍କ ଅର୍ଥାତ୍ ୧.୨୧ ପ୍ରତିଶତ ବଢ଼ିଥିଲା। କାରବାର ମଧ୍ୟରେ ସେନସେକ୍ସ ୬୦ହଜାର ୩୩୩ ଏବଂ ନିଫ୍ଟି ୧୭,୯୪୭.୬୫ ପଏଣ୍ଟ ସ୍ତର ଛୁଇଁଛି।

Leave A Reply

Your email address will not be published.