Odisha Link
Bridging the Missing Links in Odisha

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଆନ୍ଧ୍ରପ୍ରଦେଶ ନାର୍ସିପାଟଣା ଅଞ୍ଚଳରୁ ମଧ୍ୟପ୍ରଦେଶ ଚାଲାଣ ବେଳେ ଲମତାପୁଟ ପୁଲିସ ହାତରେ ଧରା ପଡିଛି ବିପୁଳ ଗଞ୍ଜେଇ। ଏହାସହ ପୋଲିସ ୪ ଜଣ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି।

ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ଦୁଇଟି କାରକୁ ମଧ୍ୟ ଜବତ କରାଯାଇଛି। ଏହି ଦୁଇଟି କାରରେ ୭ ବସ୍ତାରେ ପ୍ରାୟ ୨ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ପରିମାଣର ଗଞ୍ଜେଇ ରହିଥିଲା। ଏହାର ମୂଲ୍ୟ ୨୦ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ କହିଛି। ଗଞ୍ଜେଇ ମଫିଆ ମଧ୍ୟପ୍ରଦେଶ ହର୍ଡା ଅଞ୍ଚଳର ସନ୍ଦୀପ ଠାକୁର, ଓମ ସର୍ମା , ରାଜେନ୍ଦ୍ର ଠାକୁର ଏବଂ ଶ୍ଳୋକ ଶ୍ରୀବାସଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.