Odisha Link
Bridging the Missing Links in Odisha

ହାଜତ ମୃତ୍ୟୁ ମାମଲା: ୫ ପୁଲିସଙ୍କୁ କାର୍ଯ୍ୟରୁ ବିଦା

ବରଗଡ଼: ବରଗଡ଼ ଜିଲ୍ଲା ଟାଉନ ଥାନା ହାଜତ ମୃତ୍ୟୁ ମାମଲାରେ ୫ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ୫ ପୁଲିସଙ୍କୁ କାର୍ଯ୍ୟରୁ ବିଦା। ଏସପି ଏହି କର୍ମଚାରୀଙ୍କୁ କାର୍ଯ୍ୟରୁ ବିରତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କର୍ମଚାରୀମାନେ ମୃତକଙ୍କୁ ଘରୁ ଉଠାଇ ଆଣିଥିଲେ।

ସୂଚନାଯୋଗ୍ୟ, ବରଗଡ଼ ଟାଉନ ଥାନାରେ ତୋରା ଗାଁର ୨୭ ବର୍ଷୀୟ ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ହୋଇଥିଲା। ଗତ ୩୦ ତାରିଖରେ ଏକ ଗଣ୍ଡଗୋଳ ମାମଲାରେ ଗୋବିନ୍ଦଙ୍କ ନାମରେ ଏକ କେସ୍ ଦାୟର ହୋଇଥିଲା। ତେଣୁ ପୋଲିସ ଗୋବିନ୍ଦଙ୍କୁ ରାତିଅଧିଆ ଘରୁ ଉଠାଇ ଆଣିଥିବା ବେଳେ ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ଗୋବିନ୍ଦଙ୍କୁ ଥାନାରେ ନିସ୍ତୁକ ମାଡ଼ ମରାଯାଇଥିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କର ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ବରଗଡ଼ ସହରେ ତୀବ୍ର ଉତ୍ତେଜନା ଦେଖାଦେଇ ଥିଲା।

Leave A Reply

Your email address will not be published.