Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍ଆଇ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍ଆଇ। ଜାମିନ ପାଇଁ ସହଯୋଗ କରିବାକୁ ୨ ହଜାର ଟଙ୍କା ଲାଞ୍ଚ ମାଗି ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭୁବନେଶ୍ୱର ଭିଜିଲାନ୍ସ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ୧୪ ଜଣିଆ ଟିମ୍ ଶ୍ରୀ ନାୟକଙ୍କ ଠାରୁ କେମିକାଲ ବୋଳା ଟଙ୍କା ଜବତ କରିଛି।

ଗୋପ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମର ମନୋରଞ୍ଜନ ବେହେରାଙ୍କର ଏକ ଜମିଜମା ସଂକ୍ରାନ୍ତୀୟ ମାମଲା ରହିଥିଲା। ଏହି ମାମଲାରେ ଥାନାରୁ ଜାମିନ କରାଇଦେବା ପାଇଁ ଶ୍ରୀ ନାୟକ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମାତ୍ର ମନୋରଞ୍ଜନ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରି ୨ ହଜାର ଦେବାକୁ ରାଜି ହୋଇଥିଲେ।

ଏହାପରେ ମନୋରଞ୍ଜନ ଭୁବନେଶ୍ୱର ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ। ଏସପିଙ୍କ ନେତୃତ୍ୱାଧୀନ ଟିମ୍ ଶ୍ରୀ ନାୟକଙ୍କୁ ସକାଳ ୯ଟାରେ ଧରିଥିଲା। ଏଥିସହ ଶ୍ରୀ ନାୟକଙ୍କୁ ଗିରଫ କରାଯାଇ ତାଙ୍କର ଅଫିସ, ସରକାରୀ ବାସଗୃହ, ପୈତୃକ ଘରେ ଚଢ଼ାଉ କରାଯାଇଥିଲା।

Leave A Reply

Your email address will not be published.