Odisha Link
Bridging the Missing Links in Odisha

ନଦୀ ପଠାରୁ ମଇଁଷିକୁ ଟାଣିନେଲା କୁମ୍ଭୀର

ଚାନ୍ଦବାଲି: ନଦୀ ପଠାରୁ ମଇଁଷିକୁ ଟାଣିନେଲା କୁମ୍ଭୀର। ବାତ୍ୟା ଗୁଲାବ ପ୍ରଭାବରେ ଉପରମୁଣ୍ଡରେ ବର୍ଷା ହେବା ସହ ଧାମରା ମୁହାଣ ନିକଟରେ ସମୁଦ୍ର ଅଶାନ୍ତ ରହିଛି। ଫଳରେ ଚାନ୍ଦବାଲି ବ୍ଲକର ବୈତରଣୀ ନଦୀ ସମେତ ସମସ୍ତ ଅନ୍ୟ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏପରିକି ନଦୀରେ କୁମ୍ଭୀର ପହଁରୁଥିବା ଦେଖିବାକୁ ମିଳିଛି।

ଆଜି ସକାଳେ ଆରଡି ନିକଟସ୍ଥ ଦୋହରା ଗାଁ ନିକଟସ୍ଥ ବୈତରଣୀ ନଦୀ ପଠାରେ ମଇଁଷି ଚରୁଥିବା ସମୟରେ ଗୋଟିଏ ମଇଁଷିକୁ କୁମ୍ଭୀର ଝାମ୍ଫି ନେଇଥିଲା। ଅନ୍ୟପଟେ ପାଖରେ ଥିବା ଅନ୍ୟ ମଇଁଷି ଦୌଡି ପଳାଇ ଆସିଥିଲେ। କୁମ୍ଭୀରଟି ମଇଁଷିକୁ ଧରି ଭାସୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପୂର୍ବରୁ କୁମ୍ଭୀର ନଦୀକୂଳରୁ ଶୌଚ ହେଉଥିବା ଲୋକଙ୍କୁ ନେଇଥିବା ବେଳେ ଏକ ମଇଁଷିକୁ ଝାମ୍ଫି ନେଇଛି। ସ୍ଥାନୀୟ ଲୋକେ ପ୍ରତିଦିନ ନଈ ପାରିକରି ଯାଜପୁର ଜିଲା ଅଞ୍ଚଳକୁ ପ୍ରତିଦିନ ଯାଆସ କରିଥାନ୍ତି।

Leave A Reply

Your email address will not be published.