Odisha Link
Bridging the Missing Links in Odisha

ଓଡ଼ିଶା ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’କୁ କଟକରେ ଓଏସ୍ଏଲ୍‌ର ସହଯୋଗ

କଟକ: କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧର ପ୍ରମୁଖ ଅଂଶ ସ୍ବରୂପ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍ଏଲ୍) ଓଡ଼ିଶା ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ମହତ୍ତ୍ବାକାଂକ୍ଷୀ ‘ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଙ୍ଗଠନ’ କୁ କଟକ ଜିଲାରେ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟରେ ଥିବା ସ୍କୁଲମାନଙ୍କରେ ଭିତ୍ତିଭୂମି ଏବଂ ଗୁଣାତ୍ମକ ପରିବେଶ ଯୋଗାଇ ଦେବାକୁ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ ଉପକ୍ରମ ହେଉଛି ‘ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ’।

ଓଡ଼ିଶାରେ ଏକ ପ୍ରମୁଖ ଓ ଦାୟିତ୍ବସମ୍ପନ୍ନ କମ୍ପାନୀ ଭାବେ ଏହାର ‘ଜିରୋ ଏଫ୍ ଇନିସିଏଟିଭ୍’ ଆଧାରରେ ଏଓଏସ୍ଏଲ୍ କ୍ରୀଡ଼ା, ସଙ୍ଗୀତ ଓ ଅନ୍ୟାନ୍ୟ କାର୍ଯ୍ୟଧାରା ପାଇଁ ୨୦,୦୦୦,୦୦ (କୋଡ଼ିଏ ଲକ୍ଷ ଟଙ୍କା) ଏଥିପାଇଁ ଯୋଗାଇ ଦେଇଛି। ଏହି ଅନୁଦାନ କେଉଁ ବିଦ୍ୟାଳୟରେ ବିନିଯୋଗ କରାଯିବ ତାହା ଜିଲ୍ଲାସ୍ତରୀୟ କମିଟି (ଡିଏଲ୍ସି) ସ୍ଥିର କରିବ। ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଏସ୍ଏଲ୍ ଇଷ୍ଟେଟ୍ ବିଭାଗର ମୁଖ୍ୟ ଶ୍ରୀ ପି.କେ. ପଟ୍ଟନାୟକ କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନିଙ୍କୁ ଏହି ଅନୁଦାନ ବାବଦ ଚେକ୍ ପ୍ରଦାନ କରିଛନ୍ତି।

ଏହି କାର୍ଯକ୍ରମରେ ଶ୍ରୀମତୀ ରଶ୍ମୀତା ମିଶ୍ର ଜିଲ୍ଲା ସଂଯୋଜକ ‘ମିଶନ୍ ଜିରୋ ଏଫ୍ ଇନିସିଏଟିଭ୍’ କଟକ ଉପସ୍ଥିତ ଥିଲେ। ଐହି ସହଯୋଗ ଓ ଅନୁଦାନ ସମ୍ପର୍କରେ ଓଏସ୍ଏଲ୍ ଗ୍ରୁପ୍ର ପରିଚାଳନା ନିର୍ଦେଶକ (ଏମ୍ଡି) ଶ୍ରୀ ମହିମାନନ୍ଦ ମିଶ୍ର କହିଲେ, ‘ଓଡ଼ିଶାରେ ପିଲାମାନଙ୍କ ବିକାଶ ପାଇଁ ଓଏସ୍ଏଲ୍ ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ ରାଜ୍ୟର ଉଜ୍ବଳ ଭବିଷ୍ୟତ ପାଇଁ ଏକ ବୃହତ୍ତର ପଦକ୍ଷେପ।’ ସାରା ରାଜ୍ୟରେ ସ୍କୁଲମାନଙ୍କରେ ଯେଉଁ ପରିବର୍ତ୍ତନ ଆସିପାରିଛି ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ନେତୃତ୍ବରେ ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ କଳ୍ପେ କରାଯାଇଥିବା ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଏକ ପ୍ରମୁଖ କର୍ପୋରେଟ୍ ସଂସ୍ଥା ଭାବେ ଓଏସ୍ଏଲ୍ ଗ୍ରୁପ୍ ଏହାର ବିଭିଧ ଉନ୍ନୟନମୂଳକ କାର୍ଯ୍ୟଧାରା ମାଧ୍ୟମରେ କୋଭିଡ୍ ବିପତ୍ତି ସମୟରେ ରାଜ୍ୟ ସରକାରଙ୍କୁ ସହଯୋଗ କରିଆସିଛି। କୋଭିଡ୍-୧୯ ମହାବିପତ୍ତିକୁ ମୁକାବିଲା କରିବା ପାଇଁ ମାସ୍କ ପିନ୍ଧିବାକୁ ମୁକ୍ୟମନ୍ତ୍ରୀଙ୍କ ଆହ୍ବାନ ପରେ ଓଏସ୍ଏଲ୍ ଗ୍ରୁପ୍ ସାଧାରଣ ଜନତାଙ୍କୁ ଏ ଦିଗରେ ସଚେତନ କରାଇବା ସହ ୧ ଲକ୍ଷ ମାସ୍କ ବିତରଣ କରିଛି। ପାରାଦୀପ ବନ୍ଦରରେ ଡାକ୍ତରୀ ଚିକିତ୍ସା ପାଇଁ ଉପଯୋଗୀ ଅମ୍ଳଯାନ ସିଲିଣ୍ଡର ଅନ୍ଲୋଡ୍ କରିବା କ୍ଷେତ୍ରରେ ଓଏସ୍ଏଲ୍ ଗ୍ରୁପ୍ ପରିବହନ ସହାୟତା ଯୋଗାଇ ଦେଇଛି।

ଚିନ୍‌ରୁ ସ୍ବତନ୍ତ୍ର ବିମାନରେ ଆସିଥିବା ୧୩୦୦ ମେଡିକାଲ୍ ଗ୍ରେଡ୍ ଅମ୍ଳଯାନ ସିଲିଣ୍ଡର ଏବଂ ଅନ୍ୟ ଡାକ୍ତରୀ ସାମଗ୍ରୀ ପାଇଁ ଓଏସ୍ଏଲ୍ ଗ୍ରୁପ୍ ସୀମା ଶୁଳ୍ପ ଓ ବିମାନବନ୍ଦର ଅନୁମତି ମଧ୍ୟ ପ୍ରାପ୍ତ କରାଇପାରିଛି। କୌଣସି ସେବା ଦେୟ ଦାବି ନକରି ଏହି କାର୍ଯ୍ୟ ସମ୍ପନ୍ନ କରାଯାଇଛି।

Leave A Reply

Your email address will not be published.