Odisha Link
Bridging the Missing Links in Odisha

ତାଲିବାନର ନୂଆ ନିୟମ: ଦାଢି କାଟିଲେ ମିଳିବ କଠୋର ଦଣ୍ଡ

କାବୁଲ: ଆଫଗାନିସ୍ତାକୁ ଦଖଲ କରିବା ପରେ ତାଲିବାନ ଆଫଗାନବାସୀଙ୍କ ଉପରେ ନିଜ ୨୦ ବର୍ଷ ପୁରୁଣା ଅତ୍ୟାଚାର ଆରମ୍ଭ କରିଛି। ତାଲିବାନ ଇସଲାମକୁ ଢାଳ କରି ନିଜର କ୍ରୂରତାକୁ ଦେଶବାସୀଙ୍କ ଉପରେ ଲଦି ଦେଉଛି। ସରକାର ଗଠନ ବେଳେ ସମସ୍ତଙ୍କ ସୁରକ୍ଷା ଓ ଅଧିକାରକୁ ପ୍ରାଥମିକତା ଦେବାକୁ ଘୋଷଣା କରିଥିବା ତାଲିବାନ ତାହାର ଓଲଟା ପଦକ୍ଷେପ ସବୁ ଗ୍ରହଣ କରୁଛି।

ତାଲିବାନ ପ୍ରଥମେ ମହିଳାଙ୍କୁ ଟାର୍ଗେଟ କରୁଥିବା ଏବେ ଶିଶୁ, ପୁରୁଷମାନଙ୍କ ସ୍ୱାଧୀନତା ଉପରେ ବେଡି ପକାଇବାରେ ଲାଗିଛି। ତାଲିବାନ ଦ୍ୱାରା ଘୋଷଣା କରାଯାଉଥିବା ନୂଆ ନିୟମ ମାନିବାକୁ ମନା କଲେ ମୃତ୍ୟୁଦଣ୍ଡ ହିଁ ଏକମାତ୍ର ବିକଳ୍ପ ରହୁଛି। ଏପରିକି ମହିଳାଙ୍କୁ ସର୍ବସମ୍ମୁଖରେ ବିଚ୍‌ ରାସ୍ତାରେ ପ୍ରହାର କରାଯାଉଥିବା ବେଳେ ନିୟମ ଉଲ୍ଲଘଂନକାରୀଙ୍କୁ ସର୍ବସମ୍ମୁଖରେ ଝୁଲାଇ ଫାଶୀ ଦଣ୍ଡ ଦିଆଯାଉଛି।

ତାଲିବାନୀ ଏବେ ପୁରୁଷଙ୍କ ପାଇଁ ନୂଆ ନିୟମ ପ୍ରଣୟନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ଏବେ ଆଫଗାନର ନାଗରିକଙ୍କୁ ସେଭିଂ ହେବାର ତଥା ଦାଢି କାଟିବାକୁ ଆଉ ଅନୁମତି ମିଳିବ ନାହିଁ। ଏହି ନିୟମ ଉଲ୍ଲଘଂନକାରୀଙ୍କୁ ଶରିଆ ନିୟମ ଅନୁଯାୟୀ, କଠୋର ଦଣ୍ଡ ଦିଆଯିବ।

ଆଫଗାନିସ୍ତାନରେ ମିଡିଆ ସ୍ୱାଧୀନତାକୁ ସଙ୍କୁଚିତ କରିବା ପାଇଁ ତାଲିବାନ ପକ୍ଷରୁ ନ୍ୟୁଜ ସଂସ୍ଥାଗୁଡ଼ିକ ପାଇଁ ନୂଆ ନିୟମ ଜାରି କରାଯାଇଛି। ଇସଲାମର ବିଚାରଧାରା ବାହାରେ କିମ୍ବା ଦେଶର ନେତୃବୃନ୍ଦଙ୍କୁ ଅପମାନିତ କରିବା ଭଳି ବିଷୟବସ୍ତୁ ମିଡିଆ ଅର୍ଗାନାଇଜେସନ ଗୁଡ଼ିକ ପ୍ରସାରଣ କିମ୍ବା ପ୍ରକାଶ କରିପାରିବେ ନାହିଁ ବୋଲି କୁହାଯାଇଛି।

ସେହିପରି ସାମ୍ବାଦିକମାନଙ୍କୁ ତାଲିବାନ ପକ୍ଷରୁ ସରକାରୀ ମିଡିଆ ଅଫିସ ସହ ଯୋଗାଯୋଗ କରି ଖବର ଓ ଫିଚର ଷ୍ଟୋରୀ ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଛି। ତାଲିବାନ ସରକାରର ବିନା ଅନୁମତିରେ କୌଣସି ଖବର ପ୍ରକାଶ କରାଯିବନି ବୋଲି ନୂଆ ନିୟମରେ କୁହାଯାଇଛି।

Leave A Reply

Your email address will not be published.