Odisha Link
Bridging the Missing Links in Odisha

ଥାନାରେ ବିସ୍ଫୋରଣ: ଭୁଶୁଡ଼ିଲା ଛାତ, ଫାଟିଲା କାନ୍ଥ

ପିପିଲି: ପିପିଲି ବଳଙ୍ଗା ଥାନାରେ ବିସ୍ଫୋରଣ। ବିସ୍ଫୋରଣରେ ଭୁଶୁଡ଼ିଲା ଥାନାର ଛାତ, ଫାଟିଗଲା କାନ୍ଥ। ବିଳମ୍ବିତ ରାତିରେ ଅଚାନକ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। କୌଣସି ଜବତ ବିସ୍ଫୋରକ ସାମଗ୍ରୀ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି।

ଥାନା ଭିତରର ସବୁ ଆସବାବପତ୍ର ଛିନଛତ୍ର ହୋଇପଡିଛି। ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ, କମ୍ପ୍ୟୁଟର, ଟେବୁଲ, ଚେୟାର ସବୁ ନଷ୍ଟ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ବିସ୍ଫୋରଣରେ କାହାରି ଜୀବନ ପ୍ରତି ଆଞ୍ଚ ଆସିନାହିଁ। ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରେ ପିପିଲି ଏସଡିପିଓଙ୍କ ସମେତ ପୁରୀ ଏସପି ପହଞ୍ଚିଛନ୍ତି। ବିସ୍ଫୋରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Leave A Reply

Your email address will not be published.