Odisha Link
Bridging the Missing Links in Odisha

ଡିସେମ୍ବର ୧୧ରେ ଓଡ଼ିଶା ଶିକ୍ଷା ସମ୍ମାନ ସମାରୋହ

ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ, ଶ୍ରେଷ୍ଠ ଇଂଜିନିୟରିଂ ମହାବିଦ୍ୟାଳୟ, ଶ୍ରେଷ୍ଟ ସ୍ନାତକ ମହାବିଦ୍ୟାଳୟ, ଶ୍ରେଷ୍ଠ ମ୍ୟାନେଜମେଣ୍ଟ ଶିକ୍ଷା ପ୍ରତିଷ୍ଠାନ, ଶ୍ରେଷ୍ଠ ଆଇନ ମହାବିଦ୍ୟାଳୟ, ଶ୍ରେଷ୍ଠ ଆଇଏଏସ୍‌ ପ୍ରଶିକ୍ଷଣ ଅନୁଷ୍ଠାନ, ଶ୍ରେଷ୍ଠ ବ୍ୟାଙ୍କିଂ ପ୍ରଶିକ୍ଷଣ ଅନୁଷ୍ଠାନ, ଶ୍ରେଷ୍ଠ ସିବିଏସ୍‌ଇ ବିଦ୍ୟାଳୟ, ଶ୍ରେଷ୍ଠ ଶିଶୁ ବିଦ୍ୟାଳୟ ଇତ୍ୟାଦି ପ୍ରାୟ ୨୦ଟି ବର୍ଗରେ ଶିକ୍ଷାନୁଷ୍ଠାନମାନେ ଏହି ସମ୍ମାନ ଲାଗି ଆବେଦନ କରିପାରିବେ।

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଓଡ଼ିଶା ଶିକ୍ଷା ସମ୍ମାନ ୨୦୨୧ ପ୍ରଦାନ ସମାରୋହ ଚଳିତ ଡିସେମ୍ବର ୧୧ ତାରିଖ ସଂଧ୍ୟା ୬ଟା ୩୦ରେ ସ୍ଥାନୀୟ ହୋଟେଲ ଏକ୍ସେଲେନ୍ସି ପରିସରରେ ଅନୁଷ୍ଠିତ ହେବ। ଅଗ୍ରଣୀ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦ୍‌ଘାଟନ କରିବାକୁ ଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେବେ।

ଉତ୍ସବ ନିର୍ଦ୍ଦେଶକ ତଥା ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି ଯେ ୨୦୧୯ ମସିହା ଠାରୁ ଅନୁଷ୍ଠିତ ହୋଇ ଆସୁଥିବା ଏହି ସମ୍ମାନ ସମାରୋହର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଓ ଉତ୍କର୍ଷତା ଲାଭ କରିଥିବା ଅନୁଷ୍ଠାନମାନଙ୍କୁ ଚିହ୍ନଟ କରି ସମ୍ମାନିତ କରିବା। ଚଳିତ ବର୍ଷ ପ୍ରାୟ ୧୪ଟି ବିଭାଗରେ ୧୦୦ରୁ ଅଧିକ ଆବେଦନ ଆସିଛି। ଏମାନଙ୍କ ମଧ୍ୟରୁ ବିଚାରକ ମଣ୍ଡଳୀ ଦ୍ବାରା ଶ୍ରେଷ୍ଠ ଶିକ୍ଷାନୁଷ୍ଠାନଗୁଡ଼ିକୁ ଚୟନ କରାଯାଇ ସମ୍ମାନିତ କରାଯିବ ବୋଲି ସେ କହିଛନ୍ତି।

ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ, ଶ୍ରେଷ୍ଠ ଇଂଜିନିୟରିଂ ମହାବିଦ୍ୟାଳୟ, ଶ୍ରେଷ୍ଟ ସ୍ନାତକ ମହାବିଦ୍ୟାଳୟ, ଶ୍ରେଷ୍ଠ ମ୍ୟାନେଜମେଣ୍ଟ ଶିକ୍ଷା ପ୍ରତିଷ୍ଠାନ, ଶ୍ରେଷ୍ଠ ଆଇନ ମହାବିଦ୍ୟାଳୟ, ଶ୍ରେଷ୍ଠ ଆଇଏଏସ୍‌ ପ୍ରଶିକ୍ଷଣ ଅନୁଷ୍ଠାନ, ଶ୍ରେଷ୍ଠ ବ୍ୟାଙ୍କିଂ ପ୍ରଶିକ୍ଷଣ ଅନୁଷ୍ଠାନ, ଶ୍ରେଷ୍ଠ ସିବିଏସ୍‌ଇ ବିଦ୍ୟାଳୟ, ଶ୍ରେଷ୍ଠ ଶିଶୁ ବିଦ୍ୟାଳୟ ଇତ୍ୟାଦି ପ୍ରାୟ ୨୦ଟି ବର୍ଗରେ ଶିକ୍ଷାନୁଷ୍ଠାନମାନେ ଏହି ସମ୍ମାନ ଲାଗି ଆବେଦନ କରିପାରିବେ।

ଆବେଦନର ଶେଷ ତାରିଖ ରହିଛି ଡିସେମ୍ବର ୬, ୨୦୨୧। ଡିସେମ୍ବର ୭ ତାରିଖରେ ବିଚାରକମଣ୍ଡଳୀ ଦ୍ବାରା ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ଅଧିକ ଜାଣିବା ପାଇଁ ଆଗ୍ରହୀ ବ୍ୟକ୍ତି ଓ ଅନୁଷ୍ଠାନ ସମ୍ମାନ ସମାରୋହର ଓ୍ବେବସାଇଟ୍‌ ବୁଲିପାରିବେ।

ଏହି ସମ୍ମାନ ଉତ୍ସବ ଭିନ୍ନ ଓଡ଼ିଆ ମିଡି ବର୍ଷ ବ୍ୟାପୀ ଓଡ଼ିଶା ଉତ୍କର୍ଷ ସମ୍ମାନ, ଓଡ଼ିଶା ଯୁବ ସମ୍ମାନ, ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର, କୋରାପୁଟ ସାହିତ୍ୟ ଉତ୍ସବ, କୋଣାର୍କ କଳା ଓ ସାହିତ୍ୟ ଉତ୍ସବ, ଭାଷା ଉତ୍ସବ, ଭୁବନେଶ୍ବର ସାହିତ୍ୟ ଉତ୍ସବ, ଓଡ଼ିଶା ମିଡିଆ କନକ୍ଲେଭ୍, ଓଡ଼ିଶା ସ୍ବାସ୍ଥ୍ୟ କନକ୍ଲେଭ୍‌ ଓ ନୟାଗଡ଼ ସାହିତ୍ୟ ଉତ୍ସବ ଭଳି ବିଭିନ୍ନ ଉତ୍ସବ ମାନ ଆୟୋଜିତ କରିଥାଏ।

Leave A Reply

Your email address will not be published.