Odisha Link
Bridging the Missing Links in Odisha

ଉଚ୍ଚଶିକ୍ଷାର ନଗ୍ନରୂପ: ୬୨% ଶିକ୍ଷକ ପଦ ଖାଲି

ମୋଟ ୧,୬୬୨ ପଦ ଥିବା ବେଳେ ସେଥିମଧ୍ୟରୁ ୧,୦୩୩ ପଦରେ କୌଣସି ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି

ଭୁୁବନେଶ୍ବର: ରାଜ୍ୟରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ଥିବା ଶିକ୍ଷାନୁଷ୍ଠାନରେ ୬୨ରୁ ଅଧିକ ପଦ ଖାଲିପଡ଼ିଛି। ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁସାରେ ରାଜ୍ୟ ସରକାରଙ୍କ ଅଧୀନସ୍ଥ ୧୧ ବିଶ୍ବବିଦ୍ୟାଳୟରେ ୬୨.୧୧% ଶିକ୍ଷକ ପଦରେ କେହି ନିଯୁକ୍ତ ହୋଇନାହାନ୍ତି। ଏମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକ ବି ଅଛନ୍ତି।

ପ୍ରାଧ୍ୟାପକ, ସହପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକ ପାଇଁ ମୋଟ ୧,୬୬୨ ପଦ ଥିବା ବେଳେ ସେଥିମଧ୍ୟରୁ ୧,୦୩୩ ପଦରେ କୌଣସି ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି। ନୂଆ ଗଢ଼ା ହୋଇଥିବା କଳାହାଣ୍ଡି ବିଶ୍ବବିଦ୍ୟାଳୟ ଓ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଆଦୌ ଶିକ୍ଷକ ନିଯୁକ୍ତ ହୋିନାହାନ୍ତି। ତଥ୍ୟ ଅନୁସାରେ କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ସମସ୍ତ ୧୧୨ ଶିକ୍ଷକ ପଦବୀ ଓ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ସମସ୍ତ ୧୨୬ ପଦବୀ ଏବେ ବି ଖାଲି ରହିଛି। ରାଜ୍ୟ ରାଜଧାନୀରେ ଥିବା ରମାଦେବୀ ବିଶ୍ବବିଦ୍ୟାଳୟ ଶିକ୍ଷକ ପଦବୀ ଖାଲିପଡ଼ିବା କ୍ଷେତ୍ରରେ ରାଜ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି। ଏଠାରେ ପ୍ରାୟ ୭୪ ପ୍ରତିଶତ ପଦ ଖାଲି ରହିଛି। ଏଠାରେ ୧୩୮ ଜଣ ଶିକ୍ଷକ ରହିବାକୁ ସୁଯୋଗ ଥିବା ବେଳେ ୧୦୨ ପଦ ଖାଲିରହିଛି।

ରେଭେନ୍ସାରେ ୭୨ ପ୍ରତିଶତ ପଦବୀ ଖାଲି ପଡ଼ିଛି। ଏଠାରେ ୨୬୭ ପ୍ରାଧ୍ୟାପକ, ସହପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକଙ୍କ ନିଯୁକ୍ତି ଲାଗି ସରକାର ବ୍ୟବସ୍ଥା କରିଥିବା ବେଳେ ୧୯୩ ପଦ ଖାଲିପଡ଼ିଛି। ଏଠାରେ ୨୯ ପ୍ରାଧ୍ୟାପକଙ୍କ ସ୍ଥାନରେ ମାତ୍ର ୪ ଜଣ କାମ କରୁଛନ୍ତି।

Leave A Reply

Your email address will not be published.