Odisha Link
Bridging the Missing Links in Odisha

ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍

ଯାଜପୁରର ଶିକ୍ଷକ ନନ୍ଦ ପୃଷ୍ଟି ଗତ ମାସରେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ।

ଭୁବନେଶ୍ୱର: ଜଣାଶୁଣା ଶିକ୍ଷକ, ଶତାୟୁ ପୁରୁଷ ପଦ୍ମଶ୍ରୀ ନନ୍ଦ ସାର୍‌ ଇହଲୀଳା ସମ୍ବରଣ କରିଛନ୍ତି। ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଆଜି ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଛି।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଗତ ସପ୍ତାହରେ ତାଙ୍କୁ ଯାଜପୁର ଡୁବୁରୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ପରେ ସ୍ଥିତି ଜଟିଳ ହେବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ୧୦୪ ବର୍ଷ ବୟସରେ ଆଜି ନନ୍ଦ ସାରଙ୍କ ପରଲୋକ ହୋଇଛି ।

ଯାଜପୁରର ଶିକ୍ଷକ ନନ୍ଦକିଶୋର ପୃଷ୍ଟି ନିଜର ସହସ୍ରାଧିକ ଛାତ୍ରଛାତ୍ରୀଙ୍କ ଗହଣରେ ନନ୍ଦ ସାର୍‌ ନାମରେ ପରିଚିତ। ଗତ ମାସରେ ସେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ। ଦୀର୍ଘ ୭୫ ବର୍ଷ ଧରି ଗାଁ ଚାଟଶାଳୀରେ ସେ ପିଲାମାନଙ୍କୁ ମାଗଣା ଶିକ୍ଷାଦାନ କରିଆସୁଛନ୍ତି। ପଦ୍ମଶ୍ରୀ ସମ୍ମାନ ଗ୍ରହଣ ସମୟରେ ସେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ପ୍ରଦାନ କରୁଥିବାର ଫଟୋ ବେଶ୍‌ ଚର୍ଚ୍ଚାକୁ ଆସିଥିଲା।

ନନ୍ଦ ସାର୍‌ଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

ନନ୍ଦ ସାର୍‌ଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ମାନ୍ୟଗଣ୍ୟ ବକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.