Odisha Link
Bridging the Missing Links in Odisha

ଗ୍ୟାସ୍‌ ସିଲିଣ୍ଡରରୁ ବାହାରୁଛି ପାଣି

ଗ୍ୟାସ୍‌ ପରିବର୍ତ୍ତେ ସିଲିଣ୍ଡରରୁ ବାହାରରୁଛି ପାଣି। ଆପଣଙ୍କୁ କଥାଟି ଅବିଶ୍ବାସ ଲାଗିଲେ ବି କଥାଟି ସତ

ବାଲେଶ୍ବର: କ୍ରମାଗତ ଭାବେ ଗ୍ୟାସ ଦର ବଢ଼ିବାରେ ଲାଗିଛି। ପାଖାପାଖୀ ୧୦୦୦ ଟଙ୍କା ହେଲାଣି ଗ୍ୟାସ୍‌ ଦର। ଅହେତୁକ ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଗ୍ୟାସ୍‌ କିଣିି ରୋଷଇ କରିବା କଷ୍ଟକର ହୋଇ ପଡ଼ିଛି। ଗ୍ୟାସଦର ଉଚ୍ଚା ଥିବାବେଳେ ଖାଉଟିି ହନ୍ତସନ୍ତ ହୋଇ କିଣୁଛି ସିଲିଣ୍ଡର। ହେଲେ ଗ୍ୟାସ୍‌ ପରିବର୍ତ୍ତେ ସିଲିଣ୍ଡରରୁ ବାହାରରୁଛି ପାଣି। ଆପଣଙ୍କୁ କଥାଟି ଅବିଶ୍ବାସ ଲାଗିଲେ ବି କଥାଟି ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତରା ବଜାରରେ ।

ଅନ୍ତରା ବଜାରରେ ରହୁଥିବା ରିଜାବୁଲ ମୁଲ୍ଲା ନାମକ ଜଣେ ଗ୍ରାହକ ଶ୍ରୀକ୍ଷେତ୍ରମଣି ଏଚପି ଗ୍ରାମୀଣ ବିତରକଙ୍କ ଠାରୁ ଗୋଟିଏ ଗ୍ୟାସ ସିଲିଣ୍ଡର ନେଇଥିଲେ । ମାତ୍ର ୩ଦିନ ରୋଷେଇ କରିବା ପରେ ହଠାତ ଗ୍ୟାସ ଜଳି ନଥିଲା। ସିଲିଣ୍ଡରରେ ପାଣି ଭର୍ତ୍ତି ଥିବାର ଜାଣିବାକୁ ପାଇ ଡିଷ୍ଟ୍ରିବୁଟରଙ୍କୁ ଜଣାଇଥିଲେ ସିଲିଣ୍ଡର ନେଇଥିବା ବ୍ୟକ୍ତି ଜଣଙ୍କ। ତେବେ ଡିଷ୍ଟ୍ରିବ୍ୟୁଟର ମାଲିକ ପାଣି ଭର୍ତ୍ତି ସିଲିଣ୍ଡର କମ୍ପାନୀରୁ ଆସୁଛି ବୋଲି କହିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏପରିକିି ଏ ଦିଗରେ ପେଟ୍ରୋଲିୟମ କମ୍ପାନୀ କିମ୍ବା ପ୍ରଶାସନ ଏଜେନ୍ସି ତୁରନ୍ତ ପଦକ୍ଷେପ ନେବା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

Leave A Reply

Your email address will not be published.