Odisha Link
Bridging the Missing Links in Odisha

ଶବକୁ ଖାଇଦେଲା କୁକୁର

ରାଉରକେଲା: ପଦାରେ ପଡ଼ିଲା ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥା। ରାଉରକେଲା ସରକାରୀ ଡାକ୍ତରଖାନାରେ ଦେଖିବାକୁ ମିଳିଛି ,ଏଭଳି ଅବ୍ୟବସ୍ଥା ଯାହା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବ ନିଶ୍ଚିତ। ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତରଖାନାର ଶବଗୃହରେ ରଖାଯାଇଥିଲା ମୃତଦେହ। ହେଲେ ମୃତଦେହର ମୁହଁକୁ କୁକୁର ଖାଇ ଦେଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତ ଗୁରୁବାର ଉଦିତ ନଗର ଥାନା ମାଲଗୋଦାମ ଅଞ୍ଚଳରେ ବୋଲେରୋ ଧକ୍କାରେ ରାଜେଶ ଯାଦବଙ୍କ ମୃତ୍ୟୁ ହୋଇଥିଲା। ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ଶବଗୃହରେ ରଖାଯାଇଥିଲା। ରବିବାର ଦିନ ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥା’ନ୍ତା। ହେଲେ ଶବର ମୁହଁକୁ କୁକୁର ଖାଇ ଦେଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ରଘୁନାଥପଲ୍ଲୀ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାପରେ ଉତ୍ତେଜନା ଥମିଥିଲା। ଅନ୍ୟପକ୍ଷରେ ମୃତଦେହର ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି।

ଏହି ଘଟଣା ନେଇ ଡାକ୍ତରଖାନା ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି, ଏମିତି ଘଟଣା କେବେ ହୋଇ ନ ଥିଲା। ଶବଗୃହରେ ଗ୍ରୀଲ ଲାଗିଛି। ଛୋଟ କୁକୁର ଭିତରକୁ ପଶି ଯାଇ ଏପରି କରିଥିବ। ଏହି ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ ହୋଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି ଘଟଣାର ପୁନରାବୃତ୍ତି ଯେପରି ନ ହେବ, ସେନେଇ ବ୍ୟବସ୍ଥା କରାଯିବ।

Leave A Reply

Your email address will not be published.