Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆକୁ ଝଟକା: ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ରୋହିତ, ତାଙ୍କ ସ୍ଥାନ ନେବେ ଏହି ଖେଳାଳି

ଭାରତୀୟ ଦଳର ସୀମିତ ଓଭର କ୍ରିକେଟର ନୂଆ ଅଧିନାୟକ ରୋହିତ ବାଦ ପଡ଼ିବା ପରେ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ରୋହିତଙ୍କର ହାମଷ୍ଟ୍ରିଷ୍ଟ ଇଞ୍ଜୁରୀ ହୋଇଛି। ମୁମ୍ବାଇରେ ଟ୍ରେନିଂ ସେସନରେ ଭାଗ ନେଉଥିବା ବେଳେ ରୋହିତଙ୍କୁ ଆଘାତ ଲାଗିଥିଲା।

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା। ଦକ୍ଷିଣ ଆଫ୍ରିକା ଗସ୍ତ ୨ ଦିନ ପୂର୍ବରୁ ଭାରତୀୟ ଦଳକୁ ଜୋରଦାର ଝଟକା। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଉପ-ଅଧିନାୟକ ରୋହିତ ଶର୍ମା ବାଦ ପଡ଼ିଛନ୍ତି। ଆହତ କାରଣରୁ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି ରୋହିତ। ତାଙ୍କ ବଦଳ ଖେଳାଳି ଭାବେ ଯୁବ କ୍ରିକେଯର ପ୍ରିୟଙ୍କ ପାଞ୍ଚାଲ୍କୁ ଦଳରେ ସ୍ଥାନ ମିଳିଛିି। ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳରେ ପ୍ରିୟଙ୍କ ଦଳରେ ସାମିଲ ହେବେ ବୋଲି ବିସିସିଆଇ ସ୍ପଷ୍ଟ କରିଛି।

ଭାରତୀୟ ଦଳର ସୀମିତ ଓଭର କ୍ରିକେଟର ନୂଆ ଅଧିନାୟକ ରୋହିତ ବାଦ ପଡ଼ିବା ପରେ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ରୋହିତଙ୍କର ହାମଷ୍ଟ୍ରିଷ୍ଟ ଇଞ୍ଜୁରୀ ହୋଇଛି। ମୁମ୍ବାଇରେ ଟ୍ରେନିଂ ସେସନରେ ଭାଗ ନେଉଥିବା ବେଳେ ରୋହିତଙ୍କୁ ଆଘାତ ଲାଗିଥିଲା। ତାଙ୍କୁ ଅତିକମରେ ୩ ସପ୍ତାହ କ୍ରିକେଟ୍ ମଇଦାନରୁ ଦୂରେଇ ରହିବାକୁ ପଡ଼ିପାରେ। ଏପର୍ଯ୍ୟନ୍ତ ରୋହିତଙ୍କ ଆଘାତ କେତେ ଗୁରୁତର ତାହା ଜଣାପଡ଼ିନାହିଁ। ତେଣୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବେ ନାହିଁ, ତାହା ଶୀଘ୍ର ସ୍ପଷ୍ଟ ହୋଇଯିବ। ରୋହିତଙ୍କ ସ୍ଥାନରେ ଭାରତୀୟ ଟିମର ଭାଇସ କ୍ୟାପଟେନ୍ କିଏ ହେବେ, ସେ ନେଇ ବିସିସିଆଇ ସୂଚନା ଦେଇନାହିଁ।

ରୋହିତଙ୍କ ସ୍ଥାନରେ ସାମିଲ୍ ହୋଇଥିବା ପ୍ରିୟାଙ୍କ ପାଞ୍ଚାଲ୍ ଗୁଜରାଟର ଓପନିଂ ବ୍ୟାଟ୍ସମ୍ୟାନ୍। ସେ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ। ପ୍ରିୟାଙ୍କ ଦକ୍ଷିଣ ଆଫ୍ରିକା-ଏ’ ବିପକ୍ଷରେ ତିନୋଟି ଇନିଂସରେ ୧୨୦ ରନ୍ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ୯୬ ରନ୍ ଥିଲା। ସେ ୧୦୦ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୪୫.୫୨ ହାରରେ ୭୦୧୧ ରନ୍ କରିଛନ୍ତି। ସେ ୨୪ ଶତକ ଓ ୨୫ ଅର୍ଦ୍ଧଶତକ ମାରିଛନ୍ତି।

Leave A Reply

Your email address will not be published.