Odisha Link
Bridging the Missing Links in Odisha

ସତର୍କ ରୁହ, ପ୍ରତିଟି ଜୀବନ ମୁଲ୍ୟବାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଧିରେ ଧିରେ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍। ଏଥିସହିତ ସହିତ ଓଡ଼ିଶାରେ ମଧ୍ୟ ଓମିକ୍ରନର ଏଣ୍ଟ୍ରି ହୋଇ ସାରିଛି। ଏସବୁକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଦେଇଛନ୍ତି ପରାମର୍ଶ।

ମୁଖ୍ୟମନ୍ତ୍ରୀ କହିଥଲେ ଯେ ଜନସାଧାରଣଙ୍କ ସହଯୋଗରେ କୋଭିଡର ପ୍ରଥମ ଓ ଦ୍ବିତୀୟ ଲହରୀକୁ ଓଡିଶା ସଫଳ ଭାବରେ ମୁକାବିଲା କରିପାରିଛି । ବର୍ତ୍ତମାନ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ତାର କାୟା ବିସ୍ତାର କରୁଛି । ତେଣୁ ଜନସାଧାରଣ ସତର୍କ ରହି କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ବ ରକ୍ଷା କରିବା ଓ ଅତି ଆବଶ୍ୟକ ନ ହେଲେ ଭିଡକୁ ନ ଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏଥିସହିତ ଦେ ଆହୁରି କହିଛନ୍ତି ଯେ, ପ୍ରତିଟି ଜୀବନ ମୋ ପାଇଁ ଗୁରୁତ୍ୱ ପୂର୍ଣ୍ଣ । ଆପଣଙ୍କ ସହଯୋଗରେ ଏହି ଲହରକୁ ମୁକାବିଲା କରିପାରିବା । ତେବେ ଏଥିପାଇଁ ରାଜ୍ୟବାସୀଙ୍କ ସହଯୋଗ କାମନା କରୁଛି ।

Leave A Reply

Your email address will not be published.