Odisha Link
Bridging the Missing Links in Odisha

ଜାନୁଆରୀ ୭ରୁ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମା ବାୟୁ ପ୍ରଭାବ ଯୋଗୁଁ ଓଡିଶାର ବିଭିନ୍ନ ଅଚଂଳରେ ଜାନୁୟାରୀ ୭ରୁ୧୪ ମଧ୍ୟରେ ସାମାନ୍ୟରୁ ପ୍ରବଳ ବୃଷ୍ଟିପାତ ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସି.ଇ.ସି) ପକ୍ଷରୁ କୁହାଯାଇଛି।

ଏହି ବାୟୁପ୍ରଭାବ ଯୋଗୁଁ ରାଜ୍ୟରେ ଜାନୁୟାରୀ ୮ରୁ ୯ ଓ ୧୩ ରୁ ୧୪ ତାରିଖ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହୋଇପାରେ। ପଶ୍ଚିମ ଓଡିଶାରେ ଜାନୁୟାରୀ ୯ ଓ ୧୨ ତାରିଖ ମଧ୍ୟରେ ଉତ୍ତର ଓ ଉପକୂଳ ଓଡିଶାରେ ଜାନୁୟାରୀ ୧୦ ଓ ୧୪ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ଉତର ଓଡ଼ିଶାରେ ଜାନୁୟାରୀ ୧୦ ଓ ୧୪ ମଧ୍ୟରେ ଅନୁରୂପ ବୃଷ୍ଟିପାତ ହୋଇପାରେ।

ଉତର ଓଡିଶାର ଜିଲ୍ଲା ଗୁଡିକରେ ଜାନୁୟାରୀ ୧୧ ରୁ ୧୩ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ଓ ଜାନୁୟାରୀ ୧୧ରୁ ୧୪ ମଧ୍ୟରେ ଉପକୂଳ ଜିଲ୍ଲା ଗୁଡିକରେ ଅନୁରୂପ ବର୍ଷା ହେବାର ସମ୍ଭାବନା ଅଛି। ସେହିପରି ପଶ୍ଚିମ ଓଡିଶାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ କିମ୍ବା କୁଆପଥର ମାଡ ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସେହିପରି ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟ ବିଭିନ୍ନ ସ୍ଥାନରେ ଘନ କୁହୁଡି ହେବ। ବୁଧବାର କୋରାପୁଟ, ମାଲାକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦିରେ ଘନ କୁହୁଡି ହେବାର ଆଶଙ୍କା ରହିଛି।

ଜାନୁୟାରୀ ୫ ରାତିରୁ ତାପମାତ୍ରା ବୃଦ୍ଧି ପାଇବ ଏବଂ ଜାନୁୟାରୀ ୧୫ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ସେଲସିୟସ୍ ଅଧିକ ରହିବ ବୋଲି ସିଇସି ସୂଚନା ଦେଇଛି।

Leave A Reply

Your email address will not be published.