Odisha Link
Bridging the Missing Links in Odisha

ସୁମିତ୍‌-ତପସ୍ବିନୀ ବିବାହ କଳି: ବାହାରେ ଶ୍ବଶୁର, ଭିତରେ ବୋହୂ

ବ୍ରହ୍ମପୁର: ବ୍ରହ୍ମପୁର ବିବାହ ବିବାଦ ମାମଲାରେ ପୁଣି ନୂଆ ଟ୍ବିଷ୍ଟ। ବହୁ ଚର୍ଚ୍ଚିତ ସୁମିତ୍-ତପସ୍ବିନୀ ବିବାହ କଳିରେ ଲାଗୁନାହିଁ ବିରାମ। ପ୍ରଶାସନର ହସ୍ତକ୍ଷେପରେ ଦୀର୍ଘ ଦେଢ ମାସ ପରେ ଗୁରୁବାର ତପସ୍ବିନୀ ରାତିରେ ଶ୍ବଶୁର ଘରକୁ ପ୍ରେବେଶ କରିଛନ୍ତି। ଅପରପକ୍ଷେ ନିଜକୁ ଅସୁରକ୍ଷିତ ମନେ କରି ଘର ଛାଡ଼ି ବାହାରେ ରାତି କାଟିଛନ୍ତି ସୁମିତଙ୍କ ବାପା ପ୍ରମୋଦ।

ପ୍ରଶାସନର ସହାୟତାରେ ଗୁରୁବାର ତପସ୍ୱିନୀ ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ପ୍ରବେଶ କରିଥିଲେ। କିନ୍ତୁ ସୁମିତଙ୍କ ବାପା ବିରୋଧ କରିଛନ୍ତି। ପରିବାର ଲୋକ ତପସ୍ୱିନୀଙ୍କୁ ଘରେ ରଖିବେ କିନ୍ତୁ ତାଙ୍କ ସାଙ୍ଗରେ ରହିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି। ତପସ୍ୱିନୀ ଘରେ ପଶିବା ପରେ ତାଙ୍କ ସୁମିତଙ୍କ ବାପା ନିଜ ଘରଛାଡି ବାହାରେ ରାତି କାଟିଛନ୍ତି। ଏହା ସହ ସେ ଏକ ଭିଡିଓ ଜାରି କରି କାହିଁକି ଘର ଛାଡିଲେ ତାହାର କାରଣ କହିଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ସୁମିତଙ୍କ ବାପା କହିଛନ୍ତି ଯେ, ତାଙ୍କର ଅନିଚ୍ଛା ସତ୍ତ୍ୱେ ପ୍ରଶାସନ ବଳପୂର୍ବକ ତପସ୍ୱିନୀଙ୍କୁ ଘରେ ପଶାଇଛନ୍ତି। ତପସ୍ୱିନୀଙ୍କୁ ଘରେ ରଖିବା ନେଇ କୋର୍ଟ ଦେଇଥିବା ଆଦେଶକୁ ନେଇ ସେ ଦ୍ୱନ୍ଦରେ ଅଛନ୍ତି। ପୁଲିସକୁ ଏବାବଦରେ କହିଥିଲେ ସୁଦ୍ଧା କୌଣସି ଲାଭ ମିଳିନଥିବା ସୁମିତଙ୍କ ବାପା ଭିଡିଓରେ କହିଛନ୍ତି। ଏହା ବ୍ୟତୀତ ତପସ୍ୱିନୀ ତାଙ୍କ ଘରେ ରହିଲେ ସେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି ସୁମିତଙ୍କ ବାପା ଭିଡିଓରେ କହିଛନ୍ତି।

Leave A Reply

Your email address will not be published.