Odisha Link
Bridging the Missing Links in Odisha

ବର ବେଶରେ କଂଗ୍ରେସ ସାଂସଦ ! ସୋସିଆଲ ମିଡିଆରେ ହେଲେ ଟ୍ରୋଲ୍‌

ନୂଆଦିଲ୍ଲୀ: ଅଜବ ଗଜବ ମନ୍ତବ୍ୟ ଦେଇ ହେଉ ବା ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ଏବେ ପୁଣିଥରେ ସେ ଚର୍ଚ୍ଚାରେ। ଏଥର ଏକ ଫଟୋକୁ ନେଇ ସେ ଚର୍ଚ୍ଚାରେ। ନିକଟରେ ଏକ ନବବିବାହତ ଦମ୍ପତ୍ତିଙ୍କ ସହ ବର ବେଶ୍‌ରେ ସଜେଇ ହୋଇ ଶଶୀ ଥରୁର ପହଞ୍ଚିଥିଲେ। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁ ଫଟୋରେ ମୁଣ୍ଡରେ ପଗଡି ବେକରେ ଫୁଲ ମାଳ ପକାଇ ବର ବେଶରେ ନଜର ଆସିଛନ୍ତି ଶଶି। ଯାହାକୁ ନେଇ ଟ୍ରୋଲର ଶିକାର ହୋଇଛନ୍ତି ଶଶି ଥରୁର।

ଟ୍ରୋଲର ଶିକାର ହେବା ପରେ ଶଶି ଥରୁର ସଫେଇ ରଖିଛନ୍ତି। ସେ କହିଛନ୍ତି ଯେ, ମୋତେ ବିବାହ ଉତ୍ସବକୁ ଆମନ୍ତ୍ରିତ କରାଯାଇଥିଲା। ଉକ୍ତ ବିବାହ ଉତ୍ସବରେ, କେବଳ ମୁଁ ଏକୁଟିଆ ନୁହେଁ ବରଂ ସବୁ ଅତିଥି ମୁଣ୍ଡରେ ପଗଡି ପିନ୍ଧିଥିଲେ। ଆଉ ବେକରେ ଫୁଲ ମାଳ ମୋତେ ସେଠାକାର ଲୋକମାନେ ପିନ୍ଧାଇଥିଲେ।’

ସୂଚନାଥାଉକି, ଏହି ଫଟୋଟି ହେଉଛି ଅର୍ବାନ୍‌ ମିଡିଆ ନେଟୱାର୍କର ଏମଡି ତଥା ଗ୍ରୁପ୍ ସିଇଓ ଅଭିଷେକ କୁଲକର୍ଣ୍ଣିଙ୍କର ବିବାହ ବେଳର। ଏଥିରେ ଅଭିଷେକ ତାଙ୍କ ପତ୍ନୀ ଚାହତଙ୍କ ସହ ଛିଡା ହୋଇଛନ୍ତି ଏବଂ ଶଶୀ ଥରୁର ମଧ୍ୟ ତାଙ୍କ ସହିତ ଏହି ଫଟୋରେ ଅଛନ୍ତି।

Leave A Reply

Your email address will not be published.