Odisha Link
Bridging the Missing Links in Odisha

ରାଜ୍ୟ ସରକାର ବଢ଼ାଇଲେ ଚାକିରି ବୟସ ସୀମା, ଏଣିକି ୩୨ ନୁହେଁ ୩୮

ଭୁବନେଶ୍ବର: ନାଥିଲା ଶୋର ନା ଥିଲା ଶବ୍ଦ। ହଠାତ୍‌ ବସିଲା କ୍ୟାବିନେଟ୍‌ ବୈଠକ। ଆଉ ୧୨ଟି ପ୍ରସ୍ତାବରେ ଲାଗିଲା ମୋହର। ରାଜ୍ୟ ସରକାର ଏଭଳି କିଛି ପ୍ରସଙ୍ଗରେ ମୋହର ମାରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି। ଆଜି ରାଜ୍ୟ ସରକାର ମଞ୍ଜୁରୀ ଦେଇଥିବା ୧୨ଟି ପ୍ରସ୍ତାବରେ ସବୁଠୁ ବଡ଼ କଥା ହେଲା ସରକାରୀ ଚାକିରି ପାଇଁ ବୟସସୀମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ସୂଚନାଯୋଗ୍ୟ, ସର୍ବାଧିକ ୩୨ବର୍ଷ ପରିବର୍ତ୍ତେ ୩୮ବର୍ଷ ବୃଦ୍ଧି, ୫ଟି ମେଗା ପାଇପ୍ ଜଳ ଯୋଗାଣ ଯୋଜନା, ଜଟଣୀସ୍ଥିତ ଆଇଆଇଟିକୁ ୬୧୮ ଏକର ଜମି, ଏନଆଇଏଫଟିକୁ ଅଧିକ ୨ଏକର ଜମି, ୨୦୦୪ ମସିହା ଗ୍ରାଣ୍ଟ-ଇନ-ଏଡରୁ ବାଦ୍ ପଡ଼ିଥିବା ବେସରକାରୀ କଲେଜଗୁଡ଼ିକୁ ଅନୁଦାନ, ୪୦ ପ୍ରତିଶତ ଅବକାରୀ ଡିଏସପି ପଦବୀକୁ ସିଧାସଳଖ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ପୂରଣ ଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଏସବୁ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଆଜି ଯେଉଁ ଢଙ୍ଗରେ ମୋହର ମାରିଛନ୍ତି ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।

Leave A Reply

Your email address will not be published.