Odisha Link
Bridging the Missing Links in Odisha

୨୦୨୩ ହକି ମହାକୁମ୍ଭ, କାଉଣ୍ଟ ଡାଉନ୍‌ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍। ଆଉ ବର୍ଷକ ପରେ ଆରମ୍ଭ ହେବ ହକି ବିଶ୍ବକପ୍‌ର ୧୫ତମ ସଂସ୍କରଣ। ଓଡ଼ିଶାର ଦୁଈଟି ସହରରେ ଖେଳାଯିବ ଏହି ବିଶ୍ବକପ୍‌ । ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପ୍‌ ଖେଳାଯିବ। ଓଡ଼ିଶାରେ ଲଗାତାର ଦ୍ବିତୀୟ ଥର ପାଇଁ ଏବଂ ଭାରତରେ ରେକର୍ଡ ଚତୁର୍ଥ ଥର ଲାଗି ଖେଳାଯିବାକୁ ଯାଉଥିବା ହକି ବିଶ୍ବକପ୍‌ର ୩୬୫ ଦିନିଆ କାଉଣ୍ଟ ଡାଉନ୍ ଗୁରୁବାର ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।

୨୦୧୮ ହକି ବିଶ୍ବକପ୍‌କୁ ସଫଳ ଭାବେ ଆୟୋଜନ କରି ଓଡ଼ିଶା ସାରା ବିଶ୍ବରେ ଚର୍ଚ୍ଚାକୁ ଆସିଥିଲା। ଆଉ ଏକ ମହାକୁମ୍ଭ ଆୟୋଜନକୁ ନେଇ ମଧ୍ୟ ରାଜ୍ୟ ସରକାର ଚଳାଇଛନ୍ତି ସମସ୍ତ ଉଦ୍ୟମ। ରାଉରକେଲାରେ ବିଶ୍ବର ସର୍ବବୃହତ୍ ହକି ଷ୍ଟାଡିୟମ୍ ନିର୍ମାଣ ଶେଷ ପର୍ଯ୍ୟାୟରେ ଥିଲା ବେଳେ କଳିଙ୍ଗ ଷ୍ଟାଡିୟମର ନୀଳ ଟର୍ଫ ବିଶ୍ବର ବଛାବଛା ହକି ତାରକାଙ୍କୁ ସ୍ବାଗତ କରିବାକୁ ପୂରା ପ୍ରସ୍ତୁତ।

Leave A Reply

Your email address will not be published.