Odisha Link
Bridging the Missing Links in Odisha

‘ବିକିନି ଗାର୍ଲ’ଙ୍କୁ କଂଗ୍ରେସ ଟିକେଟ୍‌

ଓଏଲ୍‌ ବ୍ୟୁରୋ: ବାଜି ସାରିଛି ନିର୍ବାଚନୀ ବିଗୁଲ। ଆଉ ଆରମ୍ଭ ହୋଇ ସାରିଛି ଅଙ୍କକଷା। ନିର୍ବାଚନ ଯେତେ ପାଖଉଛି ଦଳଡିଆଁ ରାଜନୀତି ସେତେ ଯମୁଛି। ଏସବୁ ମଧ୍ୟରେ ଉତ୍ତର ପ୍ରଦେଶ ରାଜନୀତିରେ ଆରମ୍ଭ ହୋଇଛି ରାଜନୈତିକ ହଟଚମଟ। ସିଂହାସନ ହାସଲ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସବୁ ଦଳ।

କରୋନା କଟକଣା ପାଇଁ ପ୍ରଚାର ବନ୍ଦ ହୋଇଥିଲେ ବି ସୋଶିଆଲ ମିଡିଆରେ ଚାଲିଛି ଜୋର ସୋରରେ ପ୍ରଚାର। ଏହାରି ଭିତରେ କଂଗ୍ରସେ ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଗୁରୁବାର ଦିନ ତା’ର ୧୨୫ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିଛି। ଏହି ଲିଷ୍ଟରେ କଂଗ୍ରେସ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଛି। ଏହି ୪୦ ପ୍ରତିଶତ ମହିଳାଙ୍କ ତାଲିକାରେ ‘ବିକିନି ଗାର୍ଲ’ଙ୍କ ନାଁ ମଧ୍ୟ ରହିଛି।

ବିକିନି ଗାର୍ଲ ରୂପେ ପରିଚିତ ଅଭିନେତ୍ରୀ ଅର୍ଚ୍ଚନା ଗୌତମଙ୍କୁ ମିଳିଛି କଂଗ୍ରେସର ନିର୍ବାଚନୀ ଟିକେଟ୍‌। ମେରଠ ହସ୍ତିନାପୁରରୁ ତାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧି ତାଙ୍କ ଉପରେ ଭରଷା କରି ଏହି ଟିକେଟ ତାଙ୍କୁ ଦେଇଛନ୍ତି। ତେବେ ଏହି ଅର୍ଚ୍ଚନା ଗୌତମ କିଏ? ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଅର୍ଚ୍ଚନା ଗୌତମ ପେଶାରେ ଜଣେ ଅଭିନେତ୍ରୀ, ମଡେଲ ଓ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ବିଜେତା ମଧ୍ୟ। ୨୦୧୪ରେ ଅର୍ଚ୍ଚନା ମିସ୍ ଉତ୍ତରପ୍ରଦେଶ ଟାଇଟଲ ହାତେଇ ଥିଲେ। ଏହା ପରେ ସେ ‘ମିସ୍ ବିକିନି ଇଣ୍ଡିଆ, ମିସ୍ ବିକିନି ୟୁନିଭର୍ସ ଇଣ୍ଡିଆ ଏବଂ ମିସ୍ ବିକିନି ୟୁନିଭର୍ସ’ର ବିଜେତା ହୋଇଥିଲେ। ସେ ମିସ୍ କସ୍ମୋସ୍ ୱାର୍ଲ୍ଡ ୨୦୧୮ ରେ ମଧ୍ୟ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ।

Leave A Reply

Your email address will not be published.