Odisha Link
Bridging the Missing Links in Odisha

ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। କିଛିଦିନ ହେବ ରାଜ୍ୟରେ କ୍ରମାଗତ ୧୦ ହଜାରରୁ ଅଧିକ ଚିହ୍ନଟ ହେଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ହଜାରରୁ ଉର୍ଦ୍ଧ୍ବ ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ଶୀର୍ଷ(ପିକ୍‌)ରେ ପହଞ୍ଚିବା ଆଉ ବେଶି ଦୂର ନୁହେଁ ଯାହା ସୂଚାଉଛି।

ଓଡ଼ିଶାରେ ଗତ ୩ଦିନ ହେବ ଦୈନିକ ସଂକ୍ରମଣ ୧୦ ହଜାର ରହିବା ପରେ ୧୧ ଟପିଛି ଦୈନିକ ସଂକ୍ରମଣ। ଖୋର୍ଧା,କଟକ, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ରେଡ ଜୋନ୍‌ରେ ଥିବା ବେଳେ ପୁରୀ, ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲା ୟେଲୋ ଜୋନ୍ ରହିଛି। ସଂକ୍ରମଣ ଦୃତ ଗତିରେ ବଢ଼ୁଥିବାରୁ ଚିନ୍ତାର ବିଷୟ ପାଲିଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩୨, ବାଲେଶ୍ୱର ଜିଲ୍ଲାରୁ ୩୪୨ଜଣ, ବରଗଡ଼ ଜିଲ୍ଲାରୁ ୧୨୩ଜଣ, ଭଦ୍ରକ ଜିଲ୍ଲାରୁ ୯୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୧୨ଜଣ, ବୌଦ୍ଧ ଜିଲ୍ଲାରୁ ୭୧ଜଣ, କଟକ ଜିଲ୍ଲାରୁ ୮୨୯ଜଣ, ଦେଓଗଡ଼ ଜିଲ୍ଲାରୁ ୨୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୫ଜଣ, ଗଜପତି ଜିଲ୍ଲାରୁ ୭୩ଜଣ, ଗଞ୍ଜାମ ଜିଲ୍ଲାରୁ ୧୦୮ଜଣ, ଜଗତସିଂହପୁର ଜିଲ୍ଲାରୁ ୧୬୪ଜଣ, ଯାଜପୁର ଜିଲ୍ଲାରୁ ୧୭୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୯୩ଜଣ, କଳାହାଣ୍ଡି ଜିଲ୍ଲାରୁ ୧୭୩ଜଣ, କନ୍ଧମାଳ ଜିଲ୍ଲାରୁ ୪୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୧ଜଣ, କେନ୍ଦୁଝର ଜିଲ୍ଲାରୁ ୬୯ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୪୨୪ଜଣ, କୋରାପୁଟ ଜିଲ୍ଲାରୁ ୧୫୨ଜଣ, ମାଲକାନଗିରି ଜିଲ୍ଲାରୁ ୪୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୭୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫୫ଜଣ, ନୟାଗଡ଼ ଜିଲ୍ଲାରୁ ୧୫୯ଜଣ, ନୂଆପଡ଼ା ଜିଲ୍ଲାରୁ ୭୯ଜଣ, ପୁରୀ ଜିଲ୍ଲାରୁ ୧୪୧ଜଣ, ରାୟଗଡ଼ା ଜିଲ୍ଲାରୁ ୧୮୪ଜଣ, ସମ୍ବଲପୁର ଜିଲ୍ଲାରୁ ୩୭୯ଜଣ, ସୋନପୁର ଜିଲ୍ଲାରୁ ୨୩୮ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୧୩୬ଜଣ, ଷ୍ଟେଟ ପୁଲ୍‌ରୁ ୭୩୭ଜଣ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧,୩୩,୯୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୯,୭୬୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦,୫୫,୬୧୫ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.