Odisha Link
Bridging the Missing Links in Odisha

୮ ମାସର ରେକର୍ଡ ଭାଙ୍ଗିଲା କରୋନା

ଓଏଲ୍‌ ବ୍ୟୁରୋ: ସମଗ୍ର ବିଶ୍ବକୁ କଲବଲ କଲାଣି ମହାମାରୀ କରୋନା। ଭାରତରେ ମଧ୍ୟରେ ବିଗତ କିଛିଦିନ ହେବ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ମାମଲା। ଏସବୁ ମଧ୍ୟରେ ୮ ମାସର ରେକର୍ଡ ଭାଙ୍ଗିଲା ମହାମାରୀ। ଦୀର୍ଘ ୮ ମାସ ପରେ ବୁଧବାର ଦିନ ୩ ଲକ୍ଷରୁ ଅଧିକ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଦେଶରେ ଦିନକରେ ୩,୧୭,୫୩୨ ପଜିଟିଭ କେସ୍‌ ଆସିଛି। ଏହାପୂର୍ବରୁ ଗତ ମେ’ ୧୫ ତାରିଖରେ ଦେଶରେ ୩ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା।

ମଙ୍ଗଳବାର ଅପେକ୍ଷା ବୁଧବାର ଦିନ ଦେଶରେ ୩୪,୫୬୨ ଜଣ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ଦୈନିକ ପଜିଟିଭିଟି ହାର ୧୬.୪୧% । ଦେଶରେ ଦିନକରେ ୪୯୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୭ ହଜାର ୬୯୩କୁ ବୃଦ୍ଧି ପାଇଛି। ଆକ୍ଟିଭ କେସ୍‌ ୧୯,୨୪,୦୫୧ ଥିବା ବେଳେ ସୁସ୍ଥ ହେଲେଣି ୩,୫୮,୦୭,୦୨୯ ।

ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ପରେ ଭାରତ କରୋନା ଦ୍ୱାରା ପ୍ରଭାବିତ ଦ୍ୱିତୀୟ ରାଷ୍ଟ୍ର। ୧୭ ଜାନୁୟାରୀରୁ ଏ ଯାବତ ଦେଶରେ ୮.୭ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇ ସାରିଲେଣି।

Leave A Reply

Your email address will not be published.