Odisha Link
Bridging the Missing Links in Odisha

ଦିନକରେ ୧୦,୩୬୮ ପଜିଟିଭ ଚିହ୍ନଟ, ଚାଲିଗଲା ଆଉ ୭ ଜୀବନ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିିଛି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ପଜିଟିଭ ହାର। ଏପରିକି ରାଜ୍ୟରେ କରୋନାର ତୃତୀୟ ଲହର ଚାଲିଥିବା ନେଇ ଘୋଷଣା କରିସାରିଲେଣି ସରକାର। ଏସବୁ ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୮ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକରେ ୭ଜଣଙ୍କର ମୁଣ୍ଡ ନେଇଛି ମହାମାରୀ କରୋନା।

ରାଜ୍ୟରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୭୭,୪୬୨ରେ ପହଁଞ୍ଚିଛି। ଦିନକରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୦୧୫ ଜଣ କ୍ବାରାଣ୍ଟିନ୍‌ରେ ଥିବାବେଳେ ୪୩୫୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତତି। ସେହିପରି ୧୮ ବର୍ଷରୁ କମ୍‌ ବୟସର ୧୦୯୦ ଜଣ ଆକ୍ରାନ୍ତ ରହିଛନ୍ତି। ଅନ୍ୟପଟେ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩୬ଜଣ, ବାଲେଶ୍ୱର ଜିଲ୍ଲାରୁ ୩୦୪ଜଣ, ବରଗଡ଼ ଜିଲ୍ଲାରୁ ୧୫୨ଜଣ, ଭଦ୍ରକ ଜିଲ୍ଲାରୁ ୧୨୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୫୩ଜଣ, ବୌଦ୍ଧ ଜିଲ୍ଲାରୁ ୭୬ଜଣ, କଟକ ଜିଲ୍ଲାରୁ ୯୪୦ଜଣ, ଦେଓଗଡ଼ ଜିଲ୍ଲାରୁ ୭୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୩ଜଣ, ଗଜପତି ଜିଲ୍ଲାରୁ ୧୦୦ଜଣ, ଗଞ୍ଜାମ ଜିଲ୍ଲାରୁ ୮୭ଜଣ, ଜଗତସିଂହପୁର ଜିଲ୍ଲାରୁ ୧୬୫ଜଣ, ଯାଜପୁର ଜିଲ୍ଲାରୁ ୨୯୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୫୭ଜଣ, କଳାହାଣ୍ଡି ଜିଲ୍ଲାରୁ ୧୯୪ଜଣ, କନ୍ଧମାଳ ଜିଲ୍ଲାରୁ ୮୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୬ଜଣ, କେନ୍ଦୁଝର ଜିଲ୍ଲାରୁ ୧୨୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୦୩୬ଜଣ, କୋରାପୁଟ ଜିଲ୍ଲାରୁ ୨୦୨ଜଣ, ମାଲକାନଗିରି ଜିଲ୍ଲାରୁ ୫୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୬୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୬୨ଜଣ, ନୟାଗଡ଼ ଜିଲ୍ଲାରୁ ୧୪୯ଜଣ, ନୂଆପଡ଼ା ଜିଲ୍ଲାରୁ ୧୯୬ଜଣ, ପୁରୀ ଜିଲ୍ଲାରୁ ୧୪୦ଜଣ, ରାୟଗଡ଼ା ଜିଲ୍ଲାରୁ ୨୦୮ଜଣ, ସମ୍ବଲପୁର ଜିଲ୍ଲାରୁ ୨୪୭ଜଣ, ସୋନପୁର ଜିଲ୍ଲାରୁ ୧୮୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୫୦୫ଜଣ, ଷ୍ଟେଟ ପୁଲ୍‌ରୁ ୬୬୪ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧,୭୭,୪୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୮୮,୩୪୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦,୮୦,୫୬୨ଜଣ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.