Odisha Link
Bridging the Missing Links in Odisha

ସଂକ୍ରମଣରେ ସାମାନ୍ୟ ବ୍ରେକ୍: ଦିନକରେ ୮୮୪୫ ପଜିଟିଭ ଚିହ୍ନଟ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବିଗତ କିଛିଦିନ ହେବ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥଥିଲା। ହେଲେ ଦୁଇ ଦିନ ହେବ ରାଜ୍ୟରେ ସଂକ୍ରମଣ ମାମଲାରେ ସାମାନ୍ୟ ହ୍ରାସ ଘଟିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮,୮୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୨୮ ଜଣ କ୍ବାରାଣ୍ଟିନରେ ରହିଥିବା ବେଳେ ୩୭୧୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୯୨୭ଜଣ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୬୦ଜଣ, ବାଲେଶ୍ୱର ଜିଲ୍ଲାରୁ ୨୯୦ଜଣ, ବରଗଡ଼ ଜିଲ୍ଲାରୁ ୧୪୧ଜଣ, ଭଦ୍ରକ ଜିଲ୍ଲାରୁ ୧୧୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୩୨ଜଣ, ବୌଦ୍ଧ ଜିଲ୍ଲାରୁ ୯୩ଜଣ, କଟକ ଜିଲ୍ଲାରୁ ୬୨୮ଜଣ, ଦେଓଗଡ଼ ଜିଲ୍ଲାରୁ ୫୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୦୦ଜଣ, ଗଜପତି ଜିଲ୍ଲାରୁ ୯୨ଜଣ, ଗଞ୍ଜାମ ଜିଲ୍ଲାରୁ ୫୩ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮୦ଜଣ, ଯାଜପୁର ଜିଲ୍ଲାରୁ ୨୦୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୪୪ଜଣ, କଳାହାଣ୍ଡି ଜିଲ୍ଲାରୁ ୨୩୯ଜଣ, କନ୍ଧମାଳ ଜିଲ୍ଲାରୁ ୧୦୯ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୨ଜଣ, କେନ୍ଦୁଝର ଜିଲ୍ଲାରୁ ୧୧୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୫୨୮ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି କୋରାପୁଟ ଜିଲ୍ଲାରୁ ୨୦୩ଜଣ, ମାଲକାନଗିରି ଜିଲ୍ଲାରୁ ୫୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୮୭ଜଣ, ନୟାଗଡ଼ ଜିଲ୍ଲାରୁ ୧୯୪ଜଣ, ନୂଆପଡ଼ା ଜିଲ୍ଲାରୁ ୨୦୫ଜଣ, ପୁରୀ ଜିଲ୍ଲାରୁ ୧୬୫ଜଣ, ରାୟଗଡ଼ା ଜିଲ୍ଲାରୁ ୨୨୧ଜଣ, ସମ୍ବଲପୁର ଜିଲ୍ଲାରୁ ୧୮୧ଜଣ, ସୋନପୁର ଜିଲ୍ଲାରୁ ୨୦୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୦୧ଜଣ, ଷ୍ଟେଟ ପୁଲରୁ ୫୦୭ଜଣ ରହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧,୯୬,୧୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୮,୧୫୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦,୯୯,୪୨୩ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.