Odisha Link
Bridging the Missing Links in Odisha

୫ ବର୍ଷର ଶିଶୁକୁ ଦୁଷ୍କର୍ମ, କଟକ ମେଡିକାଲରେ ଭର୍ତ୍ତି

ଓଏଲ୍‌ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀରେ ପୁଣି ଲଜ୍ଜା। ଦିନ ଦ୍ବିପ୍ରହରରେ ଟାଉନ୍‌ ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରି ଦୁର୍ବୃତ୍ତ ଫେରାର। ଅନ୍ୟପଟେ ସଙ୍କଟାପନ୍ନ ଅବସ୍ଥାରେ କଟକକୁ ସ୍ଥାନାନ୍ତର ହୋଇଛନ୍ତି ନାବାଳିକା ଜଣକ। ଟାଉନଥାନା ପୁଲିସ ୧୮/ ୨୨ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତ ଜଣକ ମହେଶ ମହାନ୍ତି ବୋଲି ସୂଚନା ରହିଛି।

ସୂଚନା ଅନୁଯାୟୀ, ନାବାଳିକା ଜଣକ ପୁରୀ ଟାଉନ୍‌ ଥାନା ଅଞ୍ଚଳର ରହୁଥିବା ଜଣେ ରାଜମିସ୍ତ୍ରୀଙ୍କ ଝିଅ। ଦୁର୍ବୃତ୍ତ ଜଣକ ନିଜ ଘର ମରାମତି ହେଉଥିବାରୁ ସେ ବି ଏହି ଅଞ୍ଚଳରେ ଭଡ଼ା ରହୁଥିଲା। କିଛିମାସ ପୂର୍ବରୁ ଘର ମରାମତି ସରିବା ପରେ ମହେଶ ନିଜ ଘରକୁ ଚାଲିଯାଇଥିଲା। ତେବେ ପୁରୁଣା ଭଡ଼ାଘର ସହ ସମ୍ପର୍କ ରହିଥିବାରୁ ସେ ବିଭିନ୍ନ ସମୟରେ ସେଠାକୁ ଯା’ଆସ କରୁଥିଲା। ରବିବାର ଦିନ ପ୍ରାୟ ସାଢ଼େ ଦଶଟା ସମୟରେ ମହେଶ ଏହି ଭଡ଼ାଘରକୁ ଆସିଥିବା ବେଳେ ସେଠାରେ ରାଜମିସ୍ତ୍ରୀଙ୍କ ୫ ବର୍ଷୀୟା ଝିଅ ଏକାକୀ ଖେଳୁଥିବାର ଦେଖିବାକୁ ପାଇଥିଲା। ମହେଶ ଏହି ନାବାଳିକାକୁ ଛାତ ଉପରକୁ ଟେକିନେଇ ଦୁଷ୍କର୍ମ କରିଥିଲା।

ଏହାପରେ ସମସ୍ତଙ୍କ ସମ୍ମୁଖରେ ମହେଶ ଦୌଡ଼ି ପଳାଇଥିଲା। ସମ୍ପୃକ୍ତ ଶିଶୂୁକୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଟାଉନ୍‌ ଥାନା ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ମହେଶକୁ ଧରିବା ପାଇଁ ଚାରିଟି ଟିମ୍‌ ଗଠନ କରାଯାଇଛି।

Leave A Reply

Your email address will not be published.