Odisha Link
Bridging the Missing Links in Odisha

ମନ୍ଧାନାଙ୍କୁ ICCର ସର୍ବଶ୍ରେଷ୍ଠ ପୁରସ୍କାର

ଓଏଲ୍‌ ବ୍ୟୁରୋ: ଭାରତୀୟ ମହିଳା କ୍ରିକେଟରଙ୍କୁ ଆଇସିସିର ସର୍ବଶ୍ରେଷ୍ଠ ପୁରସ୍କାର। ୨୦୨୧ ବର୍ଷ ପାଇଁ ଆଇସିସିର ଶ୍ରେଷ୍ଠ କ୍ରିକେଟର ଭାବେ ବିବେଚିତ ହୋଇଛନ୍ତି ଭାରତୀୟ ମହିଳା ଦଳର ଷ୍ଟାର କ୍ରିକେଟର ସ୍ମୃତି ମନ୍ଧନା। ଭାରତର ଏକମାତ୍ର ଖେଳାଳି ଭାବେ ମାନ୍ଧନା ୨୦୨୧ ବର୍ଷ ପାଇଁ ପୁରସ୍କାର ଜିତିଛନ୍ତି। ଅନ୍ୟପଟେ ୨୦୨୧ ବର୍ଷ ପାଇଁ କୌଣସି ଭାରତୀୟ ପୁରୁଷ କ୍ରିକେଟର୍ ଆଇସିସିର କୌଣସି ଫର୍ମାଟରେ ପୁରସ୍କାର ଜିତିପାରି ନାହାନ୍ତି।

୨୦୨୧ରେ ମନ୍ଧାନା ୨୨ଟି ଅନ୍ତର୍ଜାତୀୟ ମାଚ୍‌ ଖେଳି ୩୮.୮୬ ହାରରେ ୮୫୫ ରନ୍‌ କରିଛନ୍ତି। ମନ୍ଧାନାଙ୍କ ଦମଦାର ପ୍ରଦର୍ଶନ ସତ୍ତ୍ବେ ଟିମ୍‌ ଇଣ୍ଡିଆ ପାଇଁ ଭଲ ବର୍ଷ ଯାଇନଥିଲା। ଏହା ପୂର୍ବରୁ ମନ୍ଧାନା ୨୦୧୮ରେ ଆଇସିସି ମହିଳା କ୍ରିକେଟର୍ ଅଫ୍ ଦି ଇୟର ଓ ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର ବିବେଚିତ ହୋଇଥିଲେ। ୨୦୧୮ରେ ସେ ୬୬.୯୦ ହାରରେ ୬୬୯ ରନ୍ ଏବଂ ଟି-୨୦ରେ ୧୩୦.୬୭ ଷ୍ଟ୍ରାଇକରେଟରେ ୬୨୨ ରନ୍ କରିଥିଲେ।

ଦକ୍ଷିଣ ଆଫ୍ରିକାର ଲିଜେଲ୍ ଲି ଆଇସିସି ମହିଳା ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର ପୁରସ୍କାର ଜିତିଛନ୍ତି। ସେ ଗତବର୍ଷ ୧୧ ମ୍ୟାଚ୍ ଖେଳି ୯୦.୨୮ ହାରରେ ୬୩୨ ରନ୍ କରିଛନ୍ତି। ଗତବର୍ଷ ମାର୍ଚ୍ଚ ମାସରେ ଭାରତ ବିପକ୍ଷ ଦିନିକିଆ ସିରିଜରେ ଲିଜେଲ୍ ୨୮୮ ରନ୍ କରିଥିଲେ। ତାଙ୍କର ଏହି ଦମଦାର ବ୍ୟାଟିଂ ବଳରେ ଭାରତ ୪-୧ରେ ସିରିଜ୍ ଜିତିଥିଲା। ସେହିପରି ଇଂଲଣ୍ଡର ଟାମି ବ୍ୟୁମଣ୍ଟ ଆଇସିସି ଟି-୨୦ କ୍ରିକେଟର୍ ଅଫ୍ ଦି ଇୟର ବିବେଚିତ ହୋଇଛନ୍ତି। ସେ ଗତବର୍ଷ ୩୩.୬୬ ହାରରେ ୩୦୩ ରନ୍ କରିଥିଲେ।

Leave A Reply

Your email address will not be published.