Odisha Link
Bridging the Missing Links in Odisha

୭ ଓଡ଼ିଆଙ୍କୁ ପଦ୍ମ ସମ୍ମାନ

ଓଏଲ୍‌ ବ୍ୟୁରୋ: ମଙ୍ଗଳବାର ଘୋଷଣା ହେଲା ବର୍ଷ ୨୦୨୨ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର। ପଦ୍ମ ବିଭୂଷଣ୪, ପଦ୍ମ ଭୂଷଣ ୧୭ ଓ ପଦ୍ମଶ୍ରୀ ପୁରସ୍କାର ପାଇଁ ୧୦୭ ଜଣ ମନୋନୀତ ହୋଇଛନ୍ତି। ଏହି ତାଲିକାରେ ୭ ଜଣ ଓଡ଼ିଆ ମଧ୍ୟ ଅଛନ୍ତି। ସାହିତ୍ୟ ପାଇଁ ଡକ୍ଟର ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିବ।

ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ। ସମାଜସେବା ପାଇଁ ଶିଶୁ ଅନନ୍ତ ମଠର ମହନ୍ତ ମହାରା ଶ୍ରୀମଦ୍‌ ବାବା ବଳିଆଙ୍କୁ ପଦ୍ମଶ୍ରୀ ସମ୍ମାନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶଙ୍କୁ ପଦ୍ମଶ୍ରୀ, କଳା କ୍ଷେତ୍ରରେ ଅବଦାନ ପାଇଁ ଶ୍ୟାମାମଣୀ ଦେବୀଙ୍କୁ ପଦ୍ମଶ୍ରୀ, ସାହିତ୍ୟ ଓ ଶିକ୍ଷା ପାଇଁ ନରସିଂହ ପ୍ରସାଦ ଗୁରୁଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରଯିବ। ପ୍ରଶାସନିକ ସେବା ପାଇଁ ଗୁରୁ ପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପୁରସ୍କାର ମିଳିବ।

Leave A Reply

Your email address will not be published.