Odisha Link
Bridging the Missing Links in Odisha

ବଡ଼ ସମ୍ମାନ ପାଇବେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା

ଓଏଲ୍‌ ବ୍ୟୁରୋ: ଗୋଲ୍ଡନେ ବୟ ତଥା ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଷ୍ଟାରର ଆଥଲେଟ୍‌ ନୀରଜ ଚୋପ୍ରା ପାଇବେ ଆଉ ଏକ ବଡ଼ ସମ୍ମାନ। ପରମ ବିଶିଷ୍ଟ ସେବା ମେଡାଲ ପାଇବେ ନୀରଜ ଚୋପ୍ରା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ନୀରଜଙ୍କୁ ଏହି ସମ୍ମାନ ପ୍ରଦାନ କରିବେ। ନୀରଜ ଟୋକିଓ ଅଲିମ୍ପିକ୍ସରେ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲେ। ଏହି ସଫଳତା ପାଇଁ ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯିବ।

ପରମ ବିଶିଷ୍ଟ ସେବା ମେଡାଲ ହେଉଛି ଏକ ସେନା ପୁରସ୍କାର। ଏହି ପୁରସ୍କାର ଶାନ୍ତି ପାଇଁ ଏବଂ ସେବା କ୍ଷେତ୍ରରେ ସବୁଠାରୁ ଅସାଧାରଣ କାର୍ଯ୍ୟ କରିବା ପାଇଁ ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ୧୯୬୦ ମସିହାରୁ ପ୍ରଦାନ କରାଯାଉଛି।

ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩୮୪ ସାହସିକତା ପଦକ ପ୍ରଦାନ କରିବେ। ସେହିପରି ୧୨ ଜଣଙ୍କୁ ସମ୍ମାନଜନକ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯିବ। ଏହାଛଡ଼ା ୮୧ ଜଣଙ୍କୁ ସେନା ପଦକ, ୨ ଜଣଙ୍କୁ ବାୟୁସେନା ପଦକ, ୨୯ ଜଣଙ୍କୁ ପରମ ବିଶିଷ୍ଟ ସେବା ମେଡାଲ୍, ୪ ଜଣଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ୍, ୫୩ ଜଣଙ୍କୁ ଅତି ବିଶିଷ୍ଟ ସେବା ମେଡାଲ୍, ୧୩ ଜଣଙ୍କୁ ଯୁଦ୍ଧ ସେବା ମେଡାଲ୍ ପ୍ରଦାନ କରାଯିବ।

Leave A Reply

Your email address will not be published.