Odisha Link
Bridging the Missing Links in Odisha

ଏଥର ବି ଖଣ୍ଡଗିରି ମେଳାକୁ ନା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ମହାମାରୀ କରୋନା ସଂକ୍ରମଣ। ବିଶେଷକରି ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ବଡ଼ ଘୋଷଣା କଲା ଭୁବନେଶ୍ବର ମହାନଗର ନିଗମ। ଗତବର୍ଷ ଭଳି ଏବର୍ଷ ମଧ୍ୟ ହେବନି ଖଣ୍ଡଗିରି ମେଳା।

ଏଥର ବି ଖଣ୍ଡଗିରି ମେଳାକୁ ନା। ଜନ ସମାଗମ ଉପରେ ଲାଗିଲା ରୋକ୍। ଏପରିକି ସାଧୁସନ୍ଥଙ୍କୁ ମନା ଖଣ୍ଡଗିରି ମେଳା।।ବନ୍ଦ ହୋଇପାରେ ଅପେରା। ସରକାରଙ୍କ କଟକଣା ତଥା ଜନସମାଗମକୁ ଏଡ଼ାଇବା ପାଇଁ ବିଏମସି ପକ୍ଷରୁ ଏଥର ଖଣ୍ଡଗିରି ମାଘ ମେଳାକୁ ଅନୁମତି ଦିଆଯାଇନଥିବା ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି। ତେବେ ଆଗକୁ ଏନେଇ ଡିସିପିଙ୍କ ସହ ଆଲୋଚନା ହୋଇ ସବିଶେଷ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.