Odisha Link
Bridging the Missing Links in Odisha

ଚିନ୍ତାରେ ବିସିସିଆଇ: ଖେଳାଳି ପଜିଟିଭ ଚିହ୍ନଟ ପରେ ପ୍ରାକ୍ଟିସ୍‌ ବାତିଲ, ରବିବାର ପ୍ରଥମ ଦିନିକିଆ

ଓଏଲ୍‌ ବ୍ୟୁରୋ: ଭାରତ-ଓ୍ବେଷ୍ଟଇଣ୍ଡିଜ ସିରିଜ ଉପରେ କରୋାନାର କଳା ବାଦଲ। ରବିବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଦିନିକିଆ ସିରିଜ। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ୫ ଖେଳାଳି ଓ ୨ ସପୋର୍ଟିଂ ଷ୍ଟାଫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ଦିନିକିଆ ସିରିଜ ଉପରେ କରୋନାର କଳା ବାଦଲ ଖେଳିଯାଇଛି। ଋତୁରାଜ ଗାଏକଓ୍ବାଡ, ଶିଖର ଧାଓ୍ବନଙ୍କ ଭଳି ଷ୍ଟାର ଖେଳାଳି କରୋନା ପଜିଟିିଭ ଚିହ୍ନଟ ହୋଇଛନ୍୍ତି।

ତେବେ ଟିମ୍‌ ଇଣ୍ଡିଆର ୭ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ସିରିଜ ହେବ ନା ନାଇଁ ଯେଉଁ ଚର୍ଚ୍ଚା ଲାଗି ରହିଥିଲା ଏବେ ସେଥିରେ ଲାଗିଛି ବିରାମ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ସିରିଜ ନିର୍ଦ୍ଧାରିତ ସମୟ ଅନୁସାରେ ହେବ। ଯଦି ଆଉ ନୂଆ ମାମଲା ବଢେ ତେବେ କିଛି ପରିବର୍ତ୍ତନ ହୋଇପାରେ । ଗୋଟିଏ କିମ୍ବା ଦୁଇ ଦିନ ବିଳମ୍ବରେ ମ୍ୟାଚ୍ ଖେଳାଯାଇପାରେ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଗୁରୁବାର ଦିନ ଟିମ୍‌ ଇଣ୍ଡିଆର ସମସ୍ତ ସଦସ୍ୟଙ୍କ ଆରଟିପିସିଆର ଟେଷ୍ଟ କରାଯିବ। ଯଦି ଆଉ କେହି ପଜିଟିଭ୍ ଆସନ୍ତି ତେବେ ସିରିଜରେ ପରିବର୍ତ୍ତନ ହେବ । ଶିଖର ଧାଓ୍ୱନ ଓ ଶ୍ରେୟସ ଆୟର ସିରିଜରେ ଖେଳିବା ସମ୍ଭାବନା କମ୍ ରହିଛି । ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ୱାଲଙ୍କୁ ଦଳରେ ସାମିଲ କରାଯାଇଛି

ଏହାମଧ୍ୟରେ ପୁରା ଟିମ୍ ଆଇସୋଲେସନରେ ରହିଛି। ଯେଉଁମାନଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି ସେମାନଙ୍କ ଅନ୍ୟ ସ୍ଥାନରେ ରଖାଯାଇଛି। ଦଳର ପ୍ରାକ୍ଟିସ୍ ସେସନ ମଧ୍ୟ ବାତିଲ କରାଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।

Leave A Reply

Your email address will not be published.