Odisha Link
Bridging the Missing Links in Odisha

ପରଲୋକରେ ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ପୂର୍ବତନ ବିଧାୟକ ତଥା ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବ। ବୁଧବାର ରାତିରେ ଭୁବନେଶ୍ବରସ୍ଥିତ ଏକ ମେଡିକାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିବା ସୂଚନା ରହିଛି।

ଜଣେ ବିହଙ୍ଗ ବିଜ୍ଞାନୀ ଭାବେ ଉଦୟ ନାରାୟଣ ଦେବଙ୍କ ବେଶ୍‌ ଖ୍ୟାତି ରହିିଥିଲା। ସେ ତିନି ତିନି ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯୭୪, ୧୯୭୭ ଓ ୧୯୮୦ ମସିହାରେ ମୋହନା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୧୯୭୪ରେ ଉଦୟ ନାରାୟଣ ଦେବ ଉତ୍କଳ କଂଗ୍ରେସ ଟିକେଟ୍‌ରେ ବିଜୟ ହୋଇଥିବା ବେଳେ ୧୯୭୭ରେ ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ୧୯୮୦ରେ ସେ ଜନତା ପାର୍ଟି (ସେକ୍ୟୁଲାର) ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଉଦୟ ନାରାୟଣ ଦେବଙ୍କ ବିୟୋାଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବରିଷ୍ଠ ନେତା ମାନେ ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.