Odisha Link
Bridging the Missing Links in Odisha

ପୁରୀ: ଚିକିତ୍ସାଳୟ ଶୌଚାଳୟରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଓଏଲ୍‌ ବ୍ୟୁରୋ: ମହିଳା ସଶକ୍ତିକରଣ, ବେଟି ବଚାଓ ବେଟି ପଢ଼ାଓ, ନାରୀ ଶକ୍ତି ଏଭଳି ବହୁତ କଥା ଆପଣମାନେ ଶୁଣିଥିବେ ନିଶ୍ଚୟ। ସରକାର ଶିଶୁ କନ୍ୟାଙ୍କ ପାଇଁ ‘ବେଟି ବଚାଓ ବେଟି ପଢ଼ାଓ’ ନାରା ଦେଉଛନ୍ତି। ହେଲେ ବାସ୍ତବରେ ଏବେବି ଅଲୋଡ଼ା ଶିଶୁ କନ୍ୟା। ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଶୌଚାଳୟରୁ ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ମୁତାବିକ, ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଶୌଚାୟରେ ନବଜାତ ଶିଶୁକନ୍ୟାକୁ ଛାଡ଼ି ପଳାଇଛି ଜନ୍ମ କରିଥିବା ମା’। ତେବେ ଉଦ୍ଧାର ନବଜାତ ଶିଶୁ କନ୍ୟାଟି ଗୁରୁତର ରହିଛି । ଗୁରୁତର ଅବସ୍ଥାରେ ଶିଶୁ କନ୍ୟା ଚିକିତ୍ସାଧୀନ ରହିଛି । ତେବେ ଶିଶୁ କନ୍ୟାଟିକୁ ଛାଡି ପଳାଇଥିବା ମହିଳା ଜଣଙ୍କ କିଏ ଏବଂ ସେ କାହିଁକି ଶିଶୁଟିକୁ ଏମିତି ଛାଡି ପଳାଇଲେ ତାହା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.