Odisha Link
Bridging the Missing Links in Odisha

ଦେଶରେ ପ୍ରଥମ: ଓଡ଼ିଶାର ୬,୦୯୯ ଗାଁରେ କାମ କରୁନି ମୋବାଇଲ୍‌

ଭୁବନେଶ୍ବର: କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଏଥର ପଞ୍ଚାୟତ ନିର୍ବାଚନରେ ଶୋଭାଯାତ୍ରା ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ମାତ୍ର ୫ ଜଣ ସମର୍ଥକଙ୍କୁ ନେଇ ଦୁଆର ଦୁଆର ବୁଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୁକ୍ତ। ଆଉ ମାତ୍ର ୧୨ ଦିନ ପରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେଉଥିବା ବେଳେ ଡିଜିଟାଲ୍‌ ପ୍ରଚାରକୁ ରାଜନୈତିକ ଦଳମାନେ ଅସ୍ତ୍ର କରିଛନ୍ତି। ତେବେ ରାଜ୍ୟରେ ୬ ହଜାରରୁ ଅଧିକ ଗ୍ରାମରେ ମୋବାଇଲ୍‌ ନେଟଓ୍ବର୍କ ନାହିଁ ବୋଲି ସଂଚାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ ମୋଟ ୨୫,୦୬୭ ଗ୍ରାମରେ ମୋବାଇଲ୍‌ ନେଟଓ୍ବର୍କ ନଥିବା ବେଳେ ଓଡ଼ିଶାରେ ସର୍ବାଧିକ ୬,୦୯୯ ଗ୍ରାମରେ ଏହି ଅସୁବିଧା ରହିଛି। ଓଡ଼ିଶାରେ ୪୭ ହଜାରରୁ ଅଧିକ ଗ୍ରାମ ଥିବା ବେଳେ ୮% ଗ୍ରାମରେ ମୋବାଇଲ ନେଟଓ୍ବର୍କ ନାହିଁ। ଏହି ଗ୍ରାମମାନଙ୍କ ପାଇଁ ଡିଜିଟାଲ ନିର୍ବାଚନ ପ୍ରଚାର ଏବେ ସ୍ବପ୍ନ ପାଲଟିଛି।

ସଂଚାର ମନ୍ତ୍ରାଳୟଠାରୁ ମିଳିଥିବା ତଥ୍ୟ ଅନୁସାରେ ଦେଶରେ ନିମ୍ନଲିଖିତ ରାଜ୍ୟଗୁଡ଼ିକରେ ଏବେ ବି ବହୁ ଗ୍ରାମ ମୋବାଇଲ୍‌ ନେଟଓ୍ବର୍କ ସେବାରୁ ବଞ୍ଚିତ ଅଛନ୍ତି।

ଓଡ଼ିଶା – ୬,୦୯୯
ମଧ୍ୟପ୍ରଦେଶ – ୨,୬୧୨
ମହାରାଷ୍ଟ୍ର – ୨,୩୨୮
ଅରୁଣାଚଳ ପ୍ରଦେଶ – ୨,୨୨୩
ଛତିଶଗଡ଼ – ୧,୮୪୭
ଆନ୍ଧ୍ରପ୍ରଦେଶ – ୧,୭୮୭
ମେଘାଳୟ – ୧,୬୭୪
ଝାଡ଼ଖଣ୍ଡ – ୧,୧୪୪
ରାଜସ୍ଥାନ – ୯୪୧
ଆସାମ – ୬୧୬
ଗୁଜରାଟ – ୫୧୨
ମଣିପୁର – ୪୬୩
କର୍ଣାଟକ – ୪୪୧
ଉତ୍ତରାଖଣ୍ଡ – ୪୨୬
ହିମାଚଳ ପ୍ରଦେଶ – ୩୮୩
ଉତ୍ତରପ୍ରଦେଶ – ୩୨୭
ବିହାର – ୨୪୫
ମିଜେରାମ – ୨୦୬
ଜମ୍ମୁ କଶ୍ମୀର – ୧୫୪
ତେଲେଙ୍ଗାନା – ୧୫୩
ଆଣ୍ଡାମନ ନିକୋବର – ୧୫୧
ନାଗାଲାଣ୍ଡ – ୧୪୪
ଲଦାଖ – ୬୪
ତାମିଲନାଡ଼ୁ – ୪୯
ତ୍ରିପୁରା – ୩୧
ଗୋଆ – ୨୮
ସିକ୍କିମ – ୧୦
ପଶ୍ଚିମବଙ୍ଗ – ୮
ଲାକ୍ଷାଦ୍ବୀପ – ୧

Leave A Reply

Your email address will not be published.