Odisha Link
Bridging the Missing Links in Odisha

ସ୍କୁଲ ଯିବାକୁ କହିବାରୁ ଆତ୍ମହତ୍ୟା କଲେ ଛାତ୍ରୀ

ମାଲକାନଗିରି: କୋଭିଡ୍‌ କାରଣରୁ ପ୍ରାୟ ୨ ବର୍ଷ ଧରି ରାଜ୍ୟରେ ବିଦ୍ୟାଳୟ ବନ୍ଦ ଥିବାବେଳେ ଫେବ୍ରୁଆରୀ ୭ ତାରିଖରୁ ପୁଣି ଖୋଲିଛି। ତେବେ ସ୍କୁଲକୁ ଯିବା ପାଇଁ କହିବାରୁ ମାଲକାନଗିରି ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଘଟଣା ଘଟିଛି ଭିମରାଙ୍ଗିରି ଗାଁରେ ଘଟିଛି ଏ ଘଟଣା। ସ୍କୁଲ ଖୋଲିବା ପରେ ବି ଝିଅ ଯିବା ପାଇଁ ରାଜି ନଥିଲା। ଏ ନେଇ ବାରମ୍ବାର ତାଗିତ କରିବା ପରେ ମଧ୍ୟ ଝିଅ ନଶୁଣିବାକୁ ବାପାମା’ ତା ଉପରେ ରାଗିଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଘରେ ଥିବା କୀଟନାଶକ ପିଇ ଝିଅ ଆତ୍ମହତ୍ୟା କରିଛି ବୋଲି ବାପା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

କୀଟନାଶକ ଖାଇବା ପରେ ଝିଅକୁ ତୁରନ୍ତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ବାପା। ଡାକ୍ତରଖାନାରେ ପହଞ୍ଚିବାବେଳକୁ ଝିଅର ସ୍ବାସ୍ଥ୍ୟାବସ୍ଥା ଅତି ଖରାପ ଥିଲା। ଡାକ୍ତରଙ୍କ ବହୁ ଚେଷ୍ଟା ପରେ ବି ଝିଅ ସେଠାରେ ମୃତ୍ୟୁବରଣ କରିଥିଲା।

Leave A Reply

Your email address will not be published.